ପୂର୍ବତନ ପିଇଓଚାରିବର୍ଷ ଜେଲ୍
ପଦ୍ମପୁର : (ଜୟନ୍ତ କୁମାର ସେଠ) ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ପୁରେନା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଛବିଳ ବରିହାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ମାନ୍ୟବର କୋର୍ଟ । ଚାରି ବର୍ଷ କଠୋର କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜରିମାନା ଦଣ୍ଡିତ କରାଯାଇଥିବା ସୂଚନା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଘରର ତୃତୀୟ କିସ୍ତି ଟଙ୍କା ବିଲ୍ କରିବା ପାଇଁ ଅଭିଯୋଗକାରୀ ସତିଭଟା ଗ୍ରାମର ଅର୍ଜୁନ ଲୁହାରଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ ଦାବି ଓ ଗ୍ରହଣ କରିଥିବା ଅଭିଯୋଗରେ ଏହି ଦଣ୍ଡାଦେଶ ହୋଇଛି। ବରଗଡ଼ ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଶ୍ରୀ ରାଜା ରଞ୍ଜନ ପାଢ଼ୀ ଏହି ରାୟ ଦେଇଛନ୍ତି ।
