ଖଡିଆ ସମାଜର ନୂଆଁଖାଇ ଭେଟଘାଟ
ସମ୍ବଲପୁର,
ଖଡିଆ ସାଂସ୍କୃତିକ ସେବା ସମାଜ ଆନୂକୁଲ୍ୟରେ ଧନକଉଡା ବ୍ଳକ କଲା ମାଟି ଗ୍ରାମପଞ୍ଚାୟତର ଲଡ଼ୁ ଖାଇ ଠାରେ ରବିବାର ନୂଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ର ଖଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖଡିଆ ସମାଜର ସମ୍ବଲପୁର ଜିଲାର ନଅଟି ବ୍ଲକ୍ ର ସଦସ୍ୟ ସଦସ୍ୟା ମାନେ ସାମିଲ ହୋଇଥିଲେ। ଖଡିଆ ପରମ୍ପରା ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ତରଣୀ ଖଡିଆ ଯୋଗଦେଇ ନୁଆଁଖାଇ ର ମହତ୍ତ୍ବ ଉପରେ ମତବ୍ୟକ୍ତ କରିଥିଲେ ଏହାସହ ଆଦିବାସୀ ସମାଜରେ ନିଶା ର କୁପ୍ରଭାବ ଉପରେ ସଚେତନ କରିଥିଲେ । ଖଡିଆ ସାଂସ୍କୃତିକ ସେବା ସମାଜର ବସନ୍ତ କୋକବାକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବର୍ତ୍ତମାନ ସମୟରେ ଅନେକ ପରମ୍ପରାକୁ ସମାଜର ଯୁବପିଢୀକୁ ଜଣାଇବା ପାଇଁ ଏହାର ସାମୁହିକ ଭାବେ ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମରେ ଖଡିଆ ସମାଜର ଶିକ୍ଷା, ସ୍ବାସ୍ଥ୍ୟ, ଅର୍ଥନୈତିକ ବିକାଶ ସହ ସାମାଜିକ ସଂସ୍କାର ଏବଂ ଭାଷା ସଂସ୍କୃତିର ସଂରକ୍ଷଣ ଉପରେ ଆଳୋଚନା କରାଯାଇଥିଲା । ଏହାପୂର୍ବରୁ ଖଡିଆ ସମାଜର ପୂର୍ବ ପୁରୁଷ ମାନଙ୍କୁ ସ୍ମରଣ କରାଯିବା ସହ କରମସାନୀ ଏବଂ ସମଲେଇଙ୍କ ପୂଜାର୍ଚ୍ଚନା କରାଯାଇ ମଞ୍ଚ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ କେରକେଟା, ସୁରୁ ଖଡିଆ,
ଅର୍ଜୁନ ବାଗ, ରମାକାନ୍ତ ଖଡିଆ, ଅମିନ ଖଡିଆ, ପ୍ରହଲ୍ଲାଦ ଖଡିଆ, ସୁବାସ ବାଗ, ଢମ୍ବରୁ ଖଡିଆ ପ୍ରମୁଖ ସହଯୋଗ ରହିଥିଲେ ।
