କୃଷୀ ହିଁ କୁଲତା ସମାଜର ପରିଚୟ..
-*ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସମାଜକୁ ସୁଦୃଢ କରାଯିବା ଜରୁରୀ* ।
*ନୂଆଁଖାଇ କୁଲତା ସମାଜର ପ୍ରମୁଖ ସଂସ୍କୃତି ।*
ସମ୍ବଲପୁର,୨୦।୯
କୁଲତା ସମାଜ ଆନୁକୂଲ୍ୟରେ ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ସେବା ସଦନ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଲତା ସମାଜର ସଭାପତି କୃପାସିନ୍ଧୁ ଖମାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ ସଦସ୍ୟ ଗୋକୁଳ ପ୍ରଧାନ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଠାକୁର ମାଳର ମହିଳା ଚାଷୀ କୁମାରୀ ପ୍ରଧାନ ଙ୍କୁ ଚାଷୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। କୁଲତା ସମାଜ ରୁ ଓଏଏସ୍ ପାଇଥିବା। ବରଗଡ ର ଜିତାମିତ୍ର ସାହୁ ଯୁବ ପ୍ରତିଭା ଏବଂ ନିଟ ପରୀକ୍ଷା ରେ ଉତିର୍ଣ୍ଣ ହୋଇ ଥିବା ସମ୍ବଲପୁର ସୁକନ୍ୟା ପ୍ରଧାନ ଏବଂ ସୋହେଲା ହୀରାପାଲି ଅନନ୍ତ ସାହୁ ଙ୍କୁ
ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକୃତି ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ପ୍ରଦୀପ ସାହୁ ଏବଂ ଲିଙ୍ଗରାଜ ପ୍ରଧାନ ଙ୍କୁ ପ୍ରକୃତି ବନ୍ଧୁ ଭାବେ ସମ୍ମାନିତ କରାଯାଇଥିଲା।
ଏହି ଅବସରରେ କୁଲତା ସମାଜ ପକ୍ଷରୁ ସମ୍ବଲପୁରରେ କରାଯାଉଥିବା ବିଭିନ୍ନ ବିକାଶ କାର୍ଯ୍ୟ ବିଷୟରେ ଆଳୋଚନା କରାଯାଇଥିଲା । ନୁଆଁଖାଇ କୁଲତା ସମାଜର ପ୍ରମୁଖ ପରମ୍ପରା ହୋଇଥିବା ବକ୍ତା ଜଟା ଭୂଷଣ ସାହୁ କହିଥିଲେ । ଶ୍ରୀଶ୍ରୀ ରରେଶ୍ୱର ରାମଚଣ୍ଡୀ ମନ୍ଦିରର ପୂଜକ ଦେବୀ ପ୍ରସାଦ ଭୋଇ ପ୍ରାରମ୍ଭରେ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରିଥିଲେ ଏହାସହ ମନ୍ଦିର ଏବଂ ଘରେ ରରେଶ୍ୱର ରାମଚଣ୍ଡୀଙ୍କ ପୂଜାବିଧୀ ବିଷୟରେ ଅବଗତ କରାଇ ଥିଲେ ପୂଜକ ବାସୁଦେବ ଭୋଇ ଏବଂ ସୁଦାମ ପ୍ରଧାନ ମନ୍ଦିର ଆଳତି ପରେ ଘଣ୍ଟ ଶଙ୍ଖ ସମସ୍ତ ସଦସ୍ୟଙ୍କ ସହ ମନ୍ଦିର ରୁ ଏକ ଧ୍ବଜା ଆଣି ସଭାମଞ୍ଚ ରେ ଧ୍ବଜା ସ୍ଥାପନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ କୁଲତା ସମାଜର ସମ୍ପାଦକ ରଞ୍ଜନ ପାତ୍ର,ନୁଆଁଖାଇ ଉପରେ ଉଦ୍ୟଶ ଜ୍ଞପନ କରିଥିଲେ କୃଷୀ ହିଁ କୁଲତା ସମାଜର ପରିଚୟ ହୋଇ ରହିଆସିଥିବା ବେଳେ ଆଗକୁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସମାଜକୁ ସୁଦୃଢ କରାଯିବା ନେଇ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମାଜର ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଭବାନୀଶ ଭୋଇ ପରିଚାଳନା କରିଥିବା ବେଳେ ରଞ୍ଜନ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀ ଶ୍ରୀ ରଣେଶଶ୍ୱର ରାମଚଣ୍ଡୀ ଙ୍କ ପ୍ରସାଦ ବଣ୍ଟନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା। ଏହାକୁ ପ୍ରଦୀପ ସାହୁ ପ୍ରିୟଙ୍କା ପ୍ରୀୟଦର୍ଶିନୀ ପ୍ରଧାନ, ଆଳୋକ ସାହୁ, ପରିଚାଳନା କରିଥିଲେ । ଦେବୀ ପ୍ରସାଦ, ପ୍ରିୟଙ୍କା ଏବଂ ମଧୁସୂଦନ ଏକ ଛୋଟ ହାସ୍ୟ ଅଭିନୟ *ଧାନ କାର୍ଡ* ଉପରେ ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଚକିତ କରି ଥିଲା କାର୍ଯ୍ୟକ୍ରମ ଆୟୋଜନ ରେ ଅକ୍ଷୟ ପ୍ରଧାନ, ପ୍ରେମାନନ୍ଦ ସାହୁ, ଟିକେଶ୍ୱର ପ୍ରଧାନ, ଚିନ୍ମୟ ଭୋଇ, ଖୀରୋଦ ପ୍ରଧାନ, ନିର୍ମଲ ପ୍ରଧାନ, ସରୋଜ ପ୍ରଧାନ, ଦେବଦତ୍ତ ସାହୁ, ହାରାଧନ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ଆନନ୍ଦ ପ୍ରଧାନ, ଅଭିରାମ ଖମାରୀ,, ସୁପ୍ରଭା ପ୍ରଧାନ, ଟଙ୍କଧର ବାରିକ, ହୃଷିକେଶ ବଢାଇ,ଦେବବ୍ରତ ବାରିକ,ପ୍ରମୁଖ କାର୍ଯ୍ୟକ୍ରମ ସହଯୋଗ କରିଥିଲେ ।
