September 20, 2026
IMG-20260920-WA0070
Share

ବରପାଲି ,୨୦/୯ (ସୁଦାମ ଦୀପ) ବରପାଲି ବଲାଙ୍ଗୀର ଜାତୀୟ ରାଜପଥ ରେ ଶନିବାର ରାତି ରେ ଏକ ସଡ଼କ ଦୁର୍ଘଟଣା ରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ହୋଇଛି।

ବରପାଲି ତହସିଲ ଛକ ନିବାସୀ ଅଜୟ କୁମାର ସିଂ (୪୭) ଶନିବାର ବାଇକ୍ ଯୋଗେ ବଲାଙ୍ଗୀର ପଟୁ ବରପାଲି ଆସୁଥିବା ବେଳେ ରାସ୍ତା ଉପରେ ଗୋରୁ ସହ ଧକ୍କା ହେବାରୁ ସେ ଅଚେତ ହୋଇପଡ଼ିଥିଲେ। ତାଙ୍କୁ ବରପାଲି ସରକାରୀ ଡାକ୍ତରଖାନା କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇଥିଲା । ହେଲେ ଏଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବରଗଡ଼ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା । ତାଙ୍କ ମୃତ ଦେହ କୁ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ଏକ ମାତ୍ର ପୁତ୍ର ନୌ ସେନା ରେ ଚାକିରୀ ଓ ଦୁଇ ଝିଅ ଅଛନ୍ତି, ସ୍ତ୍ରୀ ଓ ବିଧବା ମାଆ ଅଛନ୍ତି । ସ୍ୱର୍ଗତ ଅଜୟ ଜଣେ ଅତ୍ୟନ୍ତ ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ତଥା ତହସିଲ ଛକ ଜୟ ଦୂର୍ଗା କ୍ଲବ ଓ ଦୁର୍ଗା ପୂଜା କମିଟି ର ଜଣେ ସକ୍ରିୟ ସଭ୍ୟ ଥିଲେ । ତାଙ୍କ ଏହି ଅକାଳ ବିୟୋଗ ସମ୍ବାଦ ପାଇ ତାଙ୍କ ବହୁ ବନ୍ଧୁ, ଓ ପରିଜନ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ ।