September 20, 2026

ବିଜେପିର ମିଶ୍ରଣ ପର୍ବ, ଶତାଧିକ ଲୋକ ଦଳରେ ସାମିଲ

IMG-20260920-WA0069
Share

 

 

ହାଟଡିହି ତା ୨୦/୯(ମନମୋହନ ନାୟକ) : ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ରାଜନୈତିକ ତତ୍ପରତା ବଢ଼ିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ, କର୍ମୀ ସମ୍ମିଳନୀ, ସଭାସମିତି ଓ ଜନସମ୍ପର୍କ କାର୍ଯ୍ୟକ୍ରମ ଜୋରଦାର ହେଉଥିବା ବେଳେ ଦଳୀୟ ସଙ୍ଗଠନକୁ ତୃଣମୂଳସ୍ତରରେ ମଜବୁତ କରିବା ଉପରେ ଦଳଗୁଡ଼ିକ ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ହାଟଡିହି ବ୍ଲକ ଅଞ୍ଚଳରେ ବିଜେପି ପକ୍ଷରୁ ମଧ୍ୟ ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଚାଲୁ ରହିଛି। ଶନିବାର ହାଟଡିହିସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏଥିରେ ବିଜେପି ଶାଳଣିଆଁ ମଣ୍ଡଳ ଅଧୀନସ୍ଥ ସଡ଼ଙ୍ଗ ପଞ୍ଚାୟତର ଶତାଧିକ ଲୋକ ଭିନ୍ନଭିନ୍ନ ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ। ନବାଗତମାନଙ୍କୁ ଦଳୀୟ ନେତା ଓ କର୍ମୀମାନେ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ୱାଗତ ଜଣାଇଥିଲେ। ଏହି ମିଶ୍ରଣ ପର୍ବରେ ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ଶାଳଣିଆଁ ମଣ୍ଡଳ ସଭାପତି ଜଗନ୍ନାଥ ବାରିକ, ସୁଶାନ୍ତ ଜେନା, ଧବଳେଶ୍ୱର ପଟ୍ଟନାୟକ, ସରପଞ୍ଚ ଅନ୍ତର୍ଯ୍ୟାମୀ ଖଣ୍ଡେଇ, ଚତୁର୍ଭୁଜ ସ୍ୱାଇଁ, ସୁରେଶ ମହାନ୍ତି, ସୁନୀଲ ନାୟକ, ରବୀନ୍ଦ୍ର ଜେନା, ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ନବାଗତମାନଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରାଯିବା ସହ ବିଜେପି ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ଏହା ମାଧ୍ୟମରେ ସଡ଼ଙ୍ଗ ପଞ୍ଚାୟତରେ ଦଳୀୟ ସଙ୍ଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ ଦଳ ପକ୍ଷରୁ ପ୍ରୟାସ କରାଯାଉଥିବା ନେତାମାନେ କହିଥିଲେ। ବିଜେପିରେ ସାମିଲ ହୋଇଥିବା ନବାଗତମାନେ କହିଥିଲେ ଯେ, ରାଜ୍ୟର ମୋହନ ମାଝିଙ୍କ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମରେ ଉଦ୍‌ବୁଦ୍ଧ ହେବା ସହ ଲୋକଙ୍କ ସୁଖଦୁଃଖରେ ସାମିଲ ହେଉଥିବା ସାଂସଦ ଅନନ୍ତ ନାୟକ ଓ ଆନନ୍ଦପୁର ଅଞ୍ଚଳର ବିଜେପି ନେତା ଆଲୋକ ସେଠୀଙ୍କ ନେତୃତ୍ୱକୁ ସମର୍ଥନ କରି ସେମାନେ ବିଜେପିରେ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମକୁ ସୁଧାଂଶୁ ଶେଖର ବେହେରା, ଗୌରାଙ୍ଗ ନାୟକ ଓ ସନ୍ତୋଷ ପ୍ରଧାନ, କାଳନ୍ଦୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ। ମିଶ୍ରଣ ପର୍ବକୁ ନେଇ ଦଳୀୟ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଥିବା ଦେଖାଯାଇଥିଲା।