ଜୟପୁରରୁ ଡ୍ୟୁଟି ସାରି କୋରାପୁଟ ଫେରୁଥିବା ବେଳେ ଡା. ରତିକାନ୍ତ ଖଟୁଆ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
କୋରାପୁଟ, ୨୦ ସେପ୍ଟେମ୍ବର: ଜୟପୁରରୁ ଡ୍ୟୁଟି ସାରି କୋରାପୁଟ ଫେରୁଥିବା ବେଳେ ଡା. ରତିକାନ୍ତ ଖଟୁଆ ଏକ ବଡ଼ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁସାରେ, ଜାତୀୟ ରାଜପଥ-୨୬ର କୋରାପୁଟ ମା’ ବାଟମଙ୍ଗଳା ମନ୍ଦିର ନିକଟରେ ତାଙ୍କ କାରଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ତେବେ ସୌଭାଗ୍ୟବଶତଃ ଗାଡ଼ିର ଚାଳକ ତଥା ଡା. ଖଟୁଆଙ୍କର କୌଣସି ଗୁରୁତର ଆଘାତ ଲାଗିନଥିବା ଜଣାପଡ଼ିଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ସହାୟତା ପାଇଁ ପହଞ୍ଚିଥିଲେ। ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଡା. ଖଟୁଆ ସୁରକ୍ଷିତ ଥିବାରୁ ସମସ୍ତେ ଆଶ୍ୱସ୍ତ ପ୍ରକାଶ କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)
