ଉମରକୋଟ ନିକଟସ୍ଥ ବିଡ୍ରି ମନ୍ଦିର ଚୋରି ଘଟଣା ରେ ଉମରକୋଟ ପୋଲିସ୍ ଦୁଇ ଅଭିଯୁକ୍ତଙ୍କୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି……..
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବିଡ୍ରିଗୁଡା ଗ୍ରାମରେ ଅବସ୍ଥିତ ଥିବା ମା ବିଡ୍ରି ମନ୍ଦିରୁ ଚୋରି ହୋଇଥିବା ଘଟଣା ରେ ମନ୍ଦିର ପୂଜକ କୃଷ୍ଣ ପୂଜାରୀ ଉମରକୋଟ ଥାନାରେ ଏକ ଏତଲା ଦେଇଥିଲେ। ଏହି ଘଟଣାକୁ ଅତି ଗୁରୁତ୍ୱ ଦେଇ ନବରଙ୍ଗପୁର ପୋଲିସ ଆରକ୍ଷୀ ଅଧିକାରୀ ଏକ ଟିମ ଗଠନ କରି ଚୋରି ଘଟଣା ର ଛାନ ଭିନ ଆରମ୍ଭ କରିଥିଲେ। ଏହି ଚୋରି ଘଟଣାର ତଦନ୍ତ ଭାର ଉମରକୋଟ ଥାନାର ASI ମଳୟ ମିଶ୍ରଙ୍କ ସହ ହୋମଗାର୍ଡ ବିମଲ ସାହା, ତିଳ ଭତ୍ରା ଓ ଅନ୍ୟ ସହଯୋଗୀ ଙ୍କ ସହାୟତାରେ ସଂପୃକ୍ତ ୨ ଜଣ ବକୋଡାବେଡା ସ୍ଥିତ ଭଗବାନ ଗୌଡ଼(୨୨) ଓ ଉମରକୋଟ ଡ଼ଙ୍ଗରିଗୁଡା ର ରାହା କୁଶବାଃ କୁଗିରଫ କରିବାରେ ସଫଳ ହୋଇଥିଲା ପୋଲିସ୍ । ଗିରଫ ସମୟରେ ସନ୍ଦିଗ୍ଧ ଙ୍କ ଠାରୁ ୧୫ ଗୋଟି ରୁପା କୋଇନ, ୦୪ଗୋଟି ରୁପା ଛତା, ୦୩ ଗୋଟି ପିତ୍ତଳ ଥାଳି, ୨ ଗୋଟି ପିତ୍ତଳ ଘଣ୍ଟ, ୦୪ ଗୋଟି ପିତ୍ତଳ ଢାଳ, ଗୋଟିଏ ସାଉଣ୍ଡ ଏମ୍ପ୍ଲିପାଇର, ନଗଦ ୫୦୦୦/- ଟଙ୍କା ସହ ଚୋରିରେ ବ୍ୟବହୃତ ହୋଇଥିବା ଗୋଟିଏ ଲୁହା ରୋଡ଼ ଏବଂ ଗୋଟିଏ କାତି ଜବତ ହୋଇଥିଲା। ଏ ନେଇ ଉମରକୋଟ ଥାନାରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଆଦିତ୍ୟ ସେନ ଏକ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ସୂଚନା ପ୍ରଦାନ କରିଥିଲେ।
