ଉମରକୋଟ ଠାରେ ସର୍ବ ଭାରତୀୟ ଔଷଧ ଦୋକାନ ବନ୍ଦ ସ୍ୱାସ୍ଥ୍ୟ ସେବା ପ୍ରଭାବିତ…………
ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ଆସନ୍ତା ୨୦ ମଇ ୨୦୨୬ ବୁଧବାର ସର୍ବ ଭାରତୀୟ ଡାକ୍ତରଖାନା ଓ ଔଷଧ ବ୍ୟବସାୟୀ ସଂଘର ଡାକରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ରହିବ। ଏହି ବନ୍ଦର ପ୍ରଭାବ ଉମରକୋଟ ସହ ସମଗ୍ରq ନବରଙ୍ଗପୁର ଜିଲାରେ ମଧ୍ୟ ପଡିବାକୁ ଯାଉଛି। ସ୍ଥାନୀୟ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇ ସମସ୍ତ ଔଷଧ ଦୋକାନ ବନ୍ଦ ରଖିବାକୁ ସିଦ୍ଧାନ୍ତ ନିଆଯାଇଛି।
ସଂଘର ପ୍ରମୁଖ ଦାବିମାନଙ୍କ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ଔଷଧ ବିକ୍ରୟକୁ ନିୟନ୍ତ୍ରଣ କରିବା, କର୍ପୋରେଟ ସଂସ୍ଥାମାନଙ୍କ ଦ୍ୱାରା ଅତ୍ୟଧିକ ରିହାତି ଦେଇ ଛୋଟ ବ୍ୟବସାୟୀଙ୍କୁ କ୍ଷତି ପହଞ୍ଚାଇବା ପ୍ରଥା ବନ୍ଦ କରିବା ଓ ବଜାରରେ ନକଲି ଔଷଧ ଚାଲାଣକୁ ରୋକିବା ମୁଖ୍ୟ ଉଦେଶ୍ୟ ରହିଛି। ବ୍ୟବସାୟୀମାନଙ୍କ କହିବା ଅନୁସାରେ ଅନଲାଇନ୍ ଔଷଧ ବିକ୍ରୟ ଯୋଗୁଁ ଗ୍ରାମାଞ୍ଚଳର ଛୋଟ ଔଷଧ ଦୋକାନଗୁଡିକ ଗଭୀର ସମସ୍ୟାରେ ପଡୁଛନ୍ତି। ଏହି ବନ୍ଦ ଯୋଗୁଁ ଉମରକୋଟରେ ରୋଗୀମାନେ ଔଷଧ ପାଇବାରେ ଅସୁବିଧାର ସମ୍ମୁଖୀନ ହେବେ ବୋଲି ଆଶଙ୍କା କରାଯାଉଛି। ବିଶେଷକରି ଦୈନିକ ଔଷଧ ସେବନ କରୁଥିବା ରୋଗୀମାନଙ୍କୁ ପୂର୍ବରୁ ଆବଶ୍ୟକ ଔଷଧ ସଂଗ୍ରହ କରି ରଖିବାକୁ ସଚେତନ କରାଯାଇଛି। ତେବେ ଜରୁରୀ କାଳିନ ସରକାରୀ ସ୍ୱାସ୍ଥ୍ୟ ସେବା ଓ ସରକାରୀ ହସ୍ପିଟାଲ ଭିତରେ ଥିବା ଆବଶ୍ୟକ ଔଷଧ କାଉଣ୍ଟର ଖୋଲା ରହିବ ସୂଚନା ମିଳିଛି |
