June 10, 2026
ajiro khabar
Share

 

 

୧-ଭୁବନେଶ୍ୱର:ଆଜି ଦିନ ସାଢ଼େ ୧୨ଟାରେ ଯୁକ୍ତ ଦୁଇ ପରୀକ୍ଷା ଫଳ, ଅପରାହ୍ନ ୩ଟାରେ ଓ୍ବେବସାଇଟ୍ ରେ ହେବ ଉପଲବ୍ଧ।

 

୨-ଭୁବନେଶ୍ୱର:ଆଜି ମିଳିନପାରେ କୌଣସି ଔଷଧ, ଡ୍ରଗିଷ୍ଟ ଆସୋସିଏସନର ଅଛି ବନ୍ଦ ଡାକରା।

 

୩-ଭୁବନେଶ୍ୱର:ତେଲ ସଂକଟ ସୁଧୁରୁଛି, ସମ୍ପୁର୍ଣ୍ଣ ଆଶ୍ବସ୍ତି ମିଳି ନାହିଁ।

 

୪-ଏଣିକି ରାସ୍ତା ଖୋଳିଲେ ନେବାକୁ ପଡ଼ିବ ପୂର୍ତ୍ତ ବିଭାଗର ଅନୁମତି, ମନଇଚ୍ଛା ଖୋଳିବା ମନା।

 

୫-ପୁରୀ:ରଥ ଖଳାରେ ଚାଲିଛି ଗୟଳ କାମ,୪୨ ଚକ କାମ ଶେଷ।

 

୬-ପୁରୀ:ଆଜି ମହାପ୍ରଭୁଙ୍କ ବନକଲାଗି ନୀତି; ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ।

 

୭-କ୍ରୁଟ୍ ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ,ଆଉ ୬ ସହରରେ ଗଡିବ ଆମ ବସ୍।

 

୮-ଭୁବନେଶ୍ୱର:ପାଣିପାଗର ଡବଲ ୱାର୍ଣ୍ଣିଂ, ରାଜ୍ୟରେ ଖରା ସହ ଦେଖିବାକୁ ମିଳିବ କାଳବୈଶାଖୀ।

 

୯-ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବର,ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ

 

୧୦-ପୁଣି ସମ୍ବଲପୁରରେ ଏନକାଉଣ୍ଟର ; ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ସୁନା ଆହତ।

 

୧୧-ଜୟପୁର:ବୈଭବ ସୂର୍ଯ୍ୟବଂଶୀଙ୍କ ବିଧ୍ଵଂସୀ ବ୍ୟାଟିଂ, ଲକ୍ଷ୍ନୌକୁ ୭ ୱିକେଟ୍‌ରେ ହରାଇ ରାଜସ୍ଥାନର ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ।

 

୧୨-କୋଲକାତା:ଆଜି ମୁମ୍ବାଇକୁ ଭେଟିବ କୋଲକାତା,ହାରିଲେ ପ୍ଲେ ଅଫ୍ ରୁ ହେବ ବିଦା।

 

୧୩-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ RE-NEET ପ୍ରସ୍ତୁତିର ସମୀକ୍ଷା; ସୁରକ୍ଷା ଏବଂ ସ୍ୱଚ୍ଛତା ଉପରେ ଦେଲେ ଜୋର୍।

 

୧୪-ସୌମ୍ୟ ହତ୍ୟାକାଣ୍ଡରେ କ୍ରାଇମ୍‌ବ୍ରାଞ୍ଚର ବଡ଼ ସଫଳତା; ଧରାପଡ଼ିଲେ ୨ ମୁଖ୍ୟ ଅଭିଯୁକ୍ତ, ୧୫ରେ ପହଞ୍ଚିଲା ଗିରଫଦାରୀ।

 

୧୫-ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ପନ୍ତଙ୍କ ସ୍ଥାନ ନେଲେ ରାହୁଲ।

 

୧୬-ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ କଠୋର ରାୟ, ହିଂସ୍ର ହେଲେ ଦିଆଯିବ ମୃତ୍ୟୁ ଦଣ୍ଡ।

 

୧୭-ବସ୍ତର ଏବେ ନକ୍ସଲ ମୁକ୍ତ, ଅମିତ ଶାହ କହିଲେ- ଛତିଶଗଡ଼ରେ ଏବେ ଭୟର ମାହୋଲ ଶେଷ।

 

୧୮-ହର୍ମୁଜ ସୁରକ୍ଷା ପାଇଁ ଯୁଦ୍ଧପୋତ ପଠାଇବ NATO: ତାତିଲା ଇରାନ, କହିଲା- ସାଂଘାତିକ ହେବ ପରିଣତି।

 

୧୯-ୟୁକ୍ରେନର ଡ୍ରୋନକୁ ଗୁଳି କରି ଖସାଇଲା ନାଟୋ ଯୁଦ୍ଧବିମାନ, ବାଲ୍ଟିକ ଅଞ୍ଚଳରେ ପ୍ରଥମ ଘଟଣା।

 

୨୦-ଟ୍ରମ୍ପଙ୍କ ବଡ଼ ଚେତାବନୀ, ‘ଇରାନ ଉପରେ ପୁଣି ହୋଇପାରେ ଆକ୍ରମଣ’, ଏପଟେ ୪୮ ଘଣ୍ଟାରେ ୬ଟି ଡ୍ରୋନକୁ ଖସାଇଲା UAE।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏