ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ
![]()
![]()
*କୋରାପୁଟ, ୧୯ ମେ ୨୦୨୬:* କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ସଦଦ୍ଭାବନା ସଭାଗୃହରେ ଆଜି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ଜିଲ୍ଲାର ସମସ୍ତ ଦୁର୍ବଳ ନଦୀ ବନ୍ଧ ଓ ଘାଇ ଶୀଘ୍ର ଚିହ୍ନଟ କରି ମରାମତି, କେନାଲ ଓ ନାଳ ସଫେଇ ପାଇଁ ନିର୍ବାହୀ ଯନ୍ତ୍ରୀ ଜଳସେଚନ ଏବଂ ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ବ୍ଲକରେ ବନ୍ୟା ବୃତ୍ତ ଗଠନ କରାଯିବ। ବନ୍ୟା ପ୍ରବଣ ଅଞ୍ଚଳରେ ଚାଉଳ, କିରୋସିନି, ଚୁଡା, ଗୁଡ଼, ଗୋଖାଦ୍ୟ, ଔଷଧ, ଶୁଦ୍ଧ ପାନୀୟ ଜଳ ଆଗୁଆ ମହଜୁଦ ରଖିବାକୁ ଜିଲ୍ଲା ଯୋଗାଣ ଅଧିକାରୀ ଓ ଅଧିକ୍ଷଣ ଯନ୍ତ୍ରୀ ଜଳ ଓ ପରିମଳ ବିଭାଗଙ୍କୁ କୁହାଯାଇଛି। ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ୧ ମେ ରୁ ନଭେମ୍ବର ପର୍ଯ୍ୟନ୍ତ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ ରହିବ। ୧ ଜୁନରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଦୈନିକ ସ୍ଥିତି ରିପୋର୍ଟ ଏସଆରସି, ଓଡ଼ିଶାଙ୍କୁ ପଠାଯିବ। କୋଟପାଡ, ବୋରିଗୁମ୍ମା ଓ ଜୟପୁରରେ ୩ଟି ବନ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ ହୋଇଛି। ମହାମାରୀ ପ୍ରତିହତ ପାଇଁ ସାପ କାମୁଡା ଇଞ୍ଜେକସନ, ହେଲୋଜିନ ବଟିକା, ଓଆରଏସ, ବ୍ଲିଚିଙ୍ଗ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ହୋଇଛି। ଓଡ୍ରାଫ/ଏନଡିଆରଏଫ ନିୟୋଜନ, ବିଦ୍ୟୁତ, ଟେଲିକମ ଓ ରାସ୍ତା ପୁନରୁଦ୍ଧାର ପାଇଁ ଟିପିଏସଓଡିଏଲ, ବିଏସଏନଏଲ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ଵ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ମହିଳା, ଶିଶୁ, ଭିନ୍ନକ୍ଷମ ଓ ବୃଦ୍ଧଙ୍କୁ ସୁରକ୍ଷିତ ଉଦ୍ଧାର, ଦେଶୀ ଡଙ୍ଗାର ପଞ୍ଜୀକରଣ ଯାଞ୍ଚ ଓ ଡ଼ଙ୍ଗାରେ ଯାତାୟାତ ସମୟରେ ଲାଇଫ ଜ୍ୟାକେଟ ବ୍ୟବହାର କରିବାକୁ ସଚେତନ କରିବାକୁ ସମସ୍ତ ତହସିଲଦାରଙ୍କୁ ନିର୍ଦ୍ଧେଶ ଦିଆଯାଇଛି । ବୈଠକରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ରଘୁରାମ ମାଛ, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ, କୋରାପୁଟ ସାଂସଦ ପ୍ରତିନିଧି ମନୋଜ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ,ଅତିରିକ୍ତ ତହସିଲଦାର କୋଟପାଡ଼ ପର୍ଶୁରାମ ଭତରା ଜୟପୁର ଉପ ଜିଲ୍ଲାପାଳ ଯଦୁମଣି ନାୟକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସମସ୍ତ ବିଭାଗୀୟ ଅଧିକାରୀ, ବିଡିଓ ଓ ତହସିଲଦାର ଉପସ୍ଥିତ ଥିଲେ।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର.
