June 20, 2026

ପ୍ରତିଷ୍ଠାତା ସଭାପତିଙ୍କୁ ଶ୍ରଦ୍ଧାଞ୍ଜଳି 

IMG-20241018-WA0018
Share

 

ତା -୧୮/୧୦/୨୦୨୪ ରିଖ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଡ଼. ପାଣୁ ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ ହେଇଥିଲା। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମକୁ ବିଦ୍ୟୁତ ପରିଷଦର ଉପସଭାପତି ଦେବେଶ ଚନ୍ଦ୍ର ମହାପାତ୍ର ସଂଯୋଜନା କରିଥିଲେ। ମଞ୍ଚାସିନ ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର, ଯୁବ ରେଡକ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା, ସଂସ୍କୃତ ବିଭାଗ ଅଧ୍ୟାପିକା ରୁନିବାଳା ତ୍ରିପାଠୀ ଓ ପ୍ରଯୁକ୍ତି ବିଦ୍ୟା ଅଧ୍ୟାପକ ପି ଦୀପକ ରାଓ ପ୍ରମୁଖ ସ୍ୱର୍ଗତ ନାୟକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ ସହ ଅନୁଷ୍ଠାନର ପ୍ରତିଷ୍ଠାରେ ତାଙ୍କର ମହାନ ଅବଦାନ, ସମାଜ ସେବା କାର୍ଯ୍ୟର ସ୍ମୃତିଚାରଣ କରିଥିଲେ। ପେସାରେ ଜାଣେ ଡାକ୍ତର ଥିଲେ ମଧ୍ୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, ସାଂସ୍କୃତିକ ଓ ସାମାଜିକ ବିକାଶରେ ସେ ମହୋଦୟଙ୍କ ଅବଦାନ ଅବର୍ଣ୍ଣନୀୟ ବୋଲି ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ମତ ପ୍ରକାଶ କରିଥିଲେ। ସ୍ବର୍ଗତ ନାୟକଙ୍କ ଫୋଟୋ ଚିତ୍ରରେ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶେଷରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଦୀପୁ ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed