April 26, 2026
IMG-20241018-WA0016
Share

 

ଜଗତସିଂହପୁର-ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକଙ୍କ ମାତା ଗୁରୀ ବାରିକ(ଅନ୍ନପୂର୍ଣ୍ଣା) ୮୦ ବର୍ଷ ବୟସରେ ବଡିଲୋ ବନ୍ଧମୁଣ୍ଡି ସ୍ଥିତ ବାସଭବନରେ ଶୁକ୍ରବାର ଅପରାହ୍ନ ୧୨ଟା ୪୫ମିନିଟ ସମୟରେ ଇହଲୀଳା ସମ୍ବରଣ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ବଡ ବୋହୂ ନମିତା,ସାନବୋହୁ ରୋଜାଲିନ,ପୁଅ ନୃସିଂହ,ତପନ, ଜ୍ବାଇଁ ରତ୍ନାକର ସ୍ବାଇଁ , ମିହିର ନାୟକ,ଅଭିମନ୍ୟୁ ଖଟୁଆ, ଅର୍ଜୁନ ମହାନ୍ତି, ପ୍ରକାଶ ଚନ୍ଦ୍ର ନାୟକ,ଝିଅ ସାବିତ୍ରୀ, କଲ୍ୟାଣୀ, ପ୍ରଭାତୀ, ସରସ୍ବତୀ, ଭଣଜା ବାବାଜୀ ମହାନ୍ତି ଏବଂ ନାତି ନାତୂଣୀ ଉପସ୍ଥିତ ଥିଲେ। ଭାତିମଠ ନିକଟସ୍ଥ ଗ୍ରାମ ଶ୍ମଶାନରେ ଅନ୍ନପୂର୍ଣ୍ଣାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ବଡ଼ପୁଅ ସାମ୍ବାଦିକ ନୃସିଂହ ବାରିକ ମୁଖାଗ୍ନୀ ଦେଇଥିଲେ । ମା ଅନ୍ନପୂର୍ଣ୍ଣା ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।