April 27, 2026

ଛତ୍ରପୁରରେ ମା ଗଜଲକ୍ଷ୍ମୀଙ୍କ ପୂଜା ଦ୍ୱିତୀୟ ଦିବସରେ ଆଳତି ଦର୍ଶନ କଲେ ଗଞ୍ଜାମ ଜିଲ୍ଲାପାଳ ଓ ଏସପି 

IMG-20241018-WA0014
Share

 

ଛତ୍ରପୁର-୧୮/୧୦/୨୪(ଅରୁଣ କୁମାର ପଣ୍ଡା )ପବିତ୍ର କୁମାର ପୂର୍ଣ୍ଣିମା ଦିନ ଠାରୁ ସ୍ଥାନୀୟ ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜା ମହା ଆଡମ୍ଭର ସହକାରେ ପାଳିତ ହୋଇଯାଇଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମା ଗଜଲକ୍ଷ୍ମୀଙ୍କ ପୂଜା ଲାଗି ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟା ଆଳତୀ ଦର୍ଶନ ଲାଗି ଛତ୍ରପୁର ଏବଂ ଆଖପାଖ ଅଂଚଳର ବହୁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ତଥା ଦ୍ୱିତୀୟ ଦିନରେ ମାଙ୍କ ସନ୍ଧ୍ୟା ଆଳତୀ ରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଓ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ଦର୍ଶନ କରିବା ସହିତ ମାଙ୍କ ଆଶୀର୍ବାଦ ଲାଭ କରିଥିଲେ, ଏହି ଅବସର ରେ ପୂର୍ବତନ କାଉନସିଲର ବି. ରାଜୁବାବୁ, କାଉନସିଲର ଦେବାଶିଷ ମିଶ୍ର, ଅଟଳ ବିହାରୀ ପଟ୍ଟନାୟକ ଙ୍କ ସମେତ ବହୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମାଇଥିଲେ । ସୂଚନା ଥାଉ କି, ଲୋୟାର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପୂଜା କମିଟି ପକ୍ଷରୁ ଦୀର୍ଘ ୨୪ବର୍ଷ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ମାଙ୍କ ପୂଜା କମିଟି ପକ୍ଷରୁ ବହୁ ଯାକଜକମ ରେ କରାଯାଉଛି, ମାଙ୍କ ଏହି ପୂଜା ଅକ୍ଟୋବର ୨୨ତାରିଖରେ ଉଦଯାପିତ ହେବ l ସକାଳୁ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ଡ଼.ସରୋଜ କୁମାର ଶତପଥିଙ୍କ ପୌରହିତରେ ସୂର୍ଯ୍ୟପୂଜା, ହୋମ ଅନୁଷ୍ଠିତ ହୋଇଥିଲା lପଣ୍ଡିତ ନୃସିଂହ ପଣ୍ଡା ଓ ରାହୁଲ କୁମାର ଦାଶ ପୂଜା କାର୍ଯ୍ୟ ତୁଲାଇଥିଲେ l ମାଙ୍କ ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ପୂଜା ମଣ୍ଡପରେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଛି l ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା, ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ, ଏସ. ପ୍ରବୀଣ କୁମାର,ଭି ରମେଶ, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା,ରବି ନାରାୟଣ ବେହେରା,ସରୋଜ ପାଢ଼ୀ, ବିଜନ ସାହୁ, ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା,ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ ଶ୍ରୀନିବାସ ଦୋରା, ଗୌରହରି ସାମଲ, ସନ୍ତୋଷ କୁମାର ସାହୁ ଓ ଗୌରୀ ଶଙ୍କର ରଥ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l