August 24, 2026
ajiro khabar
Share

 

 

୧-କଳାହାଣ୍ଡିରେ ଇନ୍ଦ୍ରଦେବଙ୍କ କୋପ,୨୪ ଘଣ୍ଟାରେ ହେଲାଣି ୧୦୨୩ ମିମି ବର୍ଷା।ହାତୀ ନଦୀ,ମୁଡ୍ରା ନଦୀ ଓ କମଳ ନଦୀରେ ବଢ଼ିଲାଣି ଜଳସ୍ତର।

 

୨-ଅଯଥା ଆଣ୍ଟିବାୟୋଟିକ୍ ବ୍ୟବହାରରେ ଲାଗିବ ବ୍ରେକ୍,ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ଡିଜିଟାଲ ପ୍ରେସକ୍ରିପସନ୍ ବ୍ୟବସ୍ଥା।

 

୩-ଭେଜାଲ ଛେନା ଉପରେ ଲଗାତର ଧରପଗଡ଼,ଭଲ ଛେନାର ଦର ବୃଦ୍ଧି ଆଉ ଚିନିର ଆକାଶଛୁଆଁ ରେଟ୍ ପରେ ଏବେ କ୍ଷତି ସହୁଛନ୍ତି ମିଠା ବ୍ୟବସାୟୀ।

 

୪-ଅପମିଶ୍ରିତ ପନିର ପରେ ଛତୁକୁ ଢଳିଲେଣି ଗ୍ରାହକ; ବଢ଼ିଲା ଚାହିଦା, ଚଢ଼ିଲା ଦର।ବଟମ୍ ଛତୁ କିଲୋ ପ୍ରତି ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି।

 

୫-କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, NH-55 ରାସ୍ତାର ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ।

 

୬-ବଲାଙ୍ଗିରରେ ଫିଲ୍ମ ଷ୍ଟାଇଲରେ ଡକାୟତି : ବୃଦ୍ଧ ଦମ୍ପତିଙ୍କୁ ମାଡ଼ ମାରି ସୁନା ବ୍ୟବସାୟୀଙ୍କ ଘରୁ କୋଟିଏ ଟଙ୍କାର ଗହଣା ଲୁଟ୍।

 

୭-ବଲାଙ୍ଗୀର:ପୁରୁଣାକଟକ -ଭୁବନେଶ୍ୱର ଇଣ୍ଟରସିଟି ଟ୍ରେନରେ ଅଘଟଣ, ବଗି ଛାଡି ଇଂଜିନ ଛୁ।

 

୮-ରାଉରକେଲା:ବ୍ରାଣ୍ଡେଡ୍ ଘଣ୍ଟା ନାଁରେ ଚାଲିଥିଲା ନକଲି କାରବାର ! ଦାମୀ ବ୍ରାଣ୍ଡର ନକଲି ଘଣ୍ଟା ବିକ୍ରି ଅଭିଯୋଗରେ ଚାରି ଗିରଫ।

 

୯-ଭୁବନେଶ୍ୱର:ସହରରୁ କମୁନି ଭିକ୍ଷା ବୃତ୍ତି, ଟ୍ରାଫିକ ଛକରୁ କିନ୍ନରଙ୍କୁ ଘଉଡାଇଲା ପୋଲିସ।

 

୧୦-ଆଳି,କଳମଡ଼ା ଶାସନ ଗ୍ରାମ:କାଣୀ ନଦୀର ବନ୍ୟାଜଳରେ ଭାସିଯାଇ ବୃଦ୍ଧ ନିଖୋଜ।

 

୧୧-ଓଡ଼ିଶା ଉପକୂଳରେ ପାନାମା ପତାକା ବହନକାରୀ ମାଲବାହୀ ଜାହାଜ ବୁଡ଼ିବା ଦୁର୍ଭାଗ୍ୟଜନକ:ସର୍ବାନନ୍ଦ ସୋନୱାଲ।

 

୧୨-ଚର୍ଚ୍ଚାରେ ନିଶା ମହାରଣାଙ୍କ ନାଟକ ‘ନିଶା ନିଶା ରାତି’, ଜଣେ ବିଧାୟକଙ୍କୁ ନେଇ ଜମିବ କାହାଣୀ।

 

୧୩-କେନ୍ଦୁଝରରେ ଚାଞ୍ଚଲ୍ୟ : ଶୋ’ରୁମ୍ ଭିତରୁ ମିଳିଲା ମାଲିକାଣୀଙ୍କ ମୃତଦେହ, ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

 

୧୪-ସମ୍ବଲପୁର ଜିଲ୍ଲାରେ ହଜିଯାଇଥିବା ଏବଂ ଚୋରି ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ଉଦ୍ଧାର କରି ପୋଲିସ୍ ଫେରାଇ ଦେଲା।

 

୧୫-ଟ୍ରେନ୍‌ରେ ସୁଟକେସ୍‌ରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ଘଟଣାରେ ଓଡ଼ିଆ ଦମ୍ପତିଙ୍କ ସମ୍ପୃକ୍ତି ସନ୍ଦେହ। ତାମିଲନାଡୁ ପୋଲିସ୍ ର ଓଡ଼ିଶାରେ ତନାଘନା ଆରମ୍ଭ ।

 

୧୬-ନୟାଗଡ଼, ବେଣ୍ଟ ଜଙ୍ଗଲରୁ ମିଳିଥିବା ନର କଙ୍କାଳର ପରିଚୟକୁ ନେଇ ବିବାଦ, ଡିଏନଏ ପରୀକ୍ଷା ପାଇଁ ସଂଗ୍ରହ ହେଲା ରକ୍ତ ନମୂନା।

 

୧୭-ଦେବଦତ୍ତ ପାଡ଼ିକ୍କଲଙ୍କ ଦମଦାର ଶତକ, ଭାରତ ନାଁରେ ପ୍ରଥମ ଦିନର ଖେଳ।

 

୧୮-ସୁପ୍ରିମକୋର୍ଟର ବିଦାୟୀ ବିଚାରପତି ସଞ୍ଜୟ କାରୋଲଙ୍କ ଟିପ୍ପଣୀ ‘ବିଚାରପତି ଭଗବାନ ନୁହନ୍ତି; ସବୁ ରାୟ ଠିକ ନୁହେଁ’।

 

୧୯-କେନ୍ଦ୍ରରେ ଖାଲି ପଦବୀ ୧୦ ବର୍ଷରେ ବଢ଼ିଛି ୨ଗୁଣ। ସରକାରୀ କମ୍ପାନୀରେ ଅଛନ୍ତି ୪୯ ପ୍ରତିଶତ ଠିକା କର୍ମଚାରୀ।

 

୨୦-ଇସଲାମାବାଦ: ପ୍ରତିରକ୍ଷା ଚୁକ୍ତି ଆଳରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ପାକିସ୍ତାନ।