October 11, 2026

ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଉଦଯାପିତ

IMG-20260824-WA0020
Share

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ରାଜବାଟି ମଧ୍ୟରେ ଥିବା ସଭାମଣ୍ଡପରେ ଗତ ଦୁଇ ଦିନ ଧରି ଚାଲିଥିବା ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲ ଦ୍ୱାରା ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଗତକାଲି (ରବିବାର) ଉଦଯାପିତ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏଥିସହ ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ, ବାଲେଶ୍ୱରର ଫକୀର ମୋହନ ବିଶ୍ବବିଦ୍ୟାଳୟର ଲଳିତ କଳା ବିଭାଗର ସହକାରୀ ପ୍ରଫେସର ଶ୍ରୀ ନିତ୍ୟାନନ୍ଦ ସାହୁ,ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପୱନ ଅଗ୍ରୱାଲ, କଳାହାଣ୍ଡିର ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ଅକ୍ଷୟ ପଟ୍ଟନାୟକ, ବିଶିଷ୍ଠ ଶିକ୍ଷାବିତ ଡ଼. ଅଜୟ ମିଶ୍ର, ବରିଷ୍ଟ ସାମ୍ବାଦିକ ଶ୍ରୀ ସତ୍ୟନାରାୟଣ ମହାପାତ୍ର ଓ ଅବସର ପ୍ରାପ୍ତ ଅଧ୍ୟାପକ ଶ୍ରୀ ସୀମାଞ୍ଚଳ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରଥମ ଦିନ ମୁଖ୍ୟ ଅତିଥିଙ୍କ ଦ୍ୱାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବାପରେ, ମହାରାଜା ଉଦିତ ପ୍ରତାପ ଦେଓ ଆର୍ଟ ସ୍କୁଲର ଅଧ୍ୟକ୍ଷ ଶ୍ରୀ କ୍ଷିରସିନ୍ଧୁ ଭୋଇ ଓ କଳା ଶିକ୍ଷୟିତ୍ରୀ ଭାରତୀ ସାହୁଙ୍କ କାର୍ଯ୍ୟକ୍ରମ ପରିଚାଳନା ଓ ତତ୍ତ୍ଵଅବଧାନରେ ଆର୍ଟ ସ୍କୁଲର ଚୋବିଶ ଜଣ କଳାକାର ଚିତ୍ରକଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ଚିତାଙ୍କନ କରିଥିବାବେଳେ, କର୍ମଶାଳାରେ ଶିଳ୍ପୀ ମାନେ ନିଜ ପ୍ରତିଭା ଦେଖାଇଥିଲେ।ଏହାପରେ ରବିବାର ରାଜବାଟି ସଭାମଣ୍ଡପରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ଅକ୍ଷୟ ପଟ୍ଟନାୟକ, କଳାହାଣ୍ଡି ଫାଇନ ଆର୍ଟ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିଣ୍ଟୁ ପ୍ରସାଦ ନାଏକ ଓ ପ୍ରତିଭା ଅନୁଷ୍ଠାନର ସଭାପତି ଧ୍ୟାନାନନ୍ଦ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ କର୍ମଶାଳାରେ ଅଂଶ ଗ୍ରହଣ କରିଥିବା କଳାକାରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ତଥା ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତିତ୍ୱ ପାଇଥିବା କଳାକାରଙ୍କୁ ପୁରସ୍କୃତ କରାଯିବା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

You may have missed