ଶ୍ରାବଣୀ ମହୋତ୍ସବର ଛବିଶ ଦିନରେ ସମଗ୍ର ପରିବେଶ ଶିବମୟ
ପଦ୍ମପୁର :୨୪/୮ (ଜୟନ୍ତ କୁମାର ସେଠ) ପଦ୍ମପୁର ଉପଖଣ୍ଡ ଖଳିଆପାଲି ପଞ୍ଚାୟତ ଅନ୍ତର୍ଗତ ଦେୱାନଡିହି ସ୍ଥିତ ଉଭା ଶିବ ମନ୍ଦିର ଠାରେ ଆସନ୍ତା ଶ୍ରାବଣ କୃଷ୍ଣ ପ୍ରତିପଦ ଠାରୁ ଆରମ୍ଭ ହୋଇଥିବା ଶ୍ରାବଣୀ ମହୋତ୍ସବ ଆଜି ଛବିଶ ଦିନ ତଥା ଶେଷ ସୋମବାର ପାଳିତ ହୋଇଯାଇଅଛି । ପଦ୍ମପୁର ମେହେର ପଡ଼ା ନିବାସୀ ଲିଙ୍ଗରାଜ ମେହେର ଧର୍ମପତ୍ନୀ ପୁଷ୍ପଲତା ମେହେର କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଅନୁଷ୍ଠାନର ମୁଖ୍ୟ ପୂଜକ ପୁର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ସର୍ବ ପ୍ରଥମେ ରୁଦ୍ର ଗାୟତ୍ରୀ ପାଠ କରିଥଲେ । ଏହାପରେ ବିଧିବଦ୍ଧ ଭାବରେ ସୂର୍ଯ୍ୟପୂଜା, ବ୍ରାହଣ ବରନ, ଗୋପୂଜା, ମାତୃପୂଜା, ଗୁରୁପୂଜା, ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ସଂପନ୍ନ ହୋଇଥିଲା । ପଣ୍ଡିତ ବାଞ୍ଛାନିଧି ଷଡ଼ଙ୍ଗୀ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ, ପିଙ୍କୁ ହୋତା, ଡୋଲାମନି ଦାଶ, ହେମନ୍ତ ଷଡ଼ଙ୍ଗୀ, ପ୍ରମୁଖ ପଣ୍ଡିତ ବିହିତ ପୂଜା, ହୋମ ଜପରେ ସହଯୋଗ କରିଥିଲେ । ଏହି ଅବସରରେ ପଦ୍ମପୁର ବିଧାୟିକା ଶ୍ରୀମତି ବର୍ଷା ସିଂ ବରିହା ଯୋଗଦାନ କରିଥିଲେ । ମନ୍ଦିରର ପୂଜାହାରୀ ବସୁଦେବ ବାଗ ଶବର ମଧ୍ଯ ସହଯୋଗ କରିଥଲେ । ବୋଲ ବମ୍ ଭକ୍ତମାନେ ବାବାଙ୍କ ନାମ ଗାଇ ମନ୍ଦିର ପରିବେଶକୁ ମନ୍ତ୍ରମୟ କରିଥିଲେ । ଏହି ଅବସରରେ ଲଙ୍କେଶ୍ୱରୀ ମହିଳା ସଂଙ୍କିତନ୍ୟ, ଦେୱାନଡିହିଙ୍କ ଦ୍ବାରା କୀର୍ତ୍ତନ ପରିବେଷଣ ହୋଇଥଲା । ଶେଷ ସୋମବାର ହେଇଥିବାରୁ ଗାଁ କମିଟି ସୁରେଶ ପତି, ଧବଳେଶ୍ୱର ଚୁହାନ, ଶ୍ରୀ ଧନମାଲି ମେହେର, ମଞ୍ଜୁ ମେହେର, ଦୁଷ୍ମନ୍ତ ପଟେଲ ସରପଞ୍ଚ, ଖଲିଆପାଲି, ମନୋଜ ସାହୁ, ରମେଶ ମେହେର, ପରିକ୍ଷୀତ ଭୋଏ, ମାୟାଧର ମେହେର, ସୁରେନ୍ଦ୍ର ଦୋରା ପ୍ରମୁଖ ସମାଜସେବୀ ମାନଙ୍କ ସହଯୋଗରେ ହଜାର ହଜାର ଭକ୍ତ ମାନଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା ହୋଇଥଲା । ଦେୱାନଡିହି ଉଭା ଶିବ ମନ୍ଦିର ଆଜି ଜନ ସମୁଦ୍ର ସଦୃଶ ପରିଲକ୍ଷିତ ହୋଇଛି । ସମସ୍ତଙ୍କ ଭକ୍ତ ମାନଙ୍କ ଓ ଗାଁ କମିଟିର ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
