July 17, 2026

ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ..

IMG-20260717-WA0075
Share

 

ସମ୍ବଲପୁର,

ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳାଙ୍କ ମନ୍ଦିର ପରିସରରେ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଛି I ଏହି ଅବସରରେ ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା (ଶ୍ରୀଗୁଣ୍ଡିଚା) ଗୁରୁବାର ଦିନ ଶ୍ରୀ ବିଗ୍ରହଙ୍କ ସିଂହାସନ ବିଜେ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ସକାଳ ୮ ଟା ସମୟରେ ପୂଜାଦିକର୍ମ, ହୋମ, ଆଳତୀ ପୁଷ୍ପାଞ୍ଜଳି ପରେ ଶ୍ରୀ ବିଗ୍ରହ ସିଂହାସନ ବିଜେ କରିଥିଲେ I ଏଥିରେ ସହରର ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନ ତାଙ୍କ ଶ୍ରୀମସ୍ତକରେ ଟାହିଆ ଶିରୋଭୂଷଣ କରି ପହଣ୍ଡି ବିଜେ ପରେ ସିଂହାସନକୁ ଧୀରେ ଧୀରେ ଆଗକୁ ପଛକୁ ହୋଇ ହଲି ହଲି ଯିବା ସମୟରେ ଭକ୍ତ ମାନଙ୍କର ହରିବୋଲ ଏବଂ ହୁଳହୁଳି ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଉଠିଥିଲା I କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ଦେବଗଡ଼ ସହର ନିବାସୀ ଶ୍ରୀ ଯାଦବ ଚନ୍ଦ୍ର ଦେହୁରୀ ଏବଂ ସ୍ଥାନୀୟ ଧୁଚୁରାପଡା ନିବାସୀ ଶ୍ରୀ ସରୋଜ ସାହୁ ଛେରା ପହଁରା କରିଥିଲେ I ପରେ ସିଂହାସନ ଉପରେ ବିରାଜମାନ ହୋଇ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରଭୁ ପତିତପାବନ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ମୁଖ୍ୟ ଆଚାର୍ଯ୍ୟା ପଣ୍ଡିତ ବଂଶୀଧର ମିଶ୍ର, ପଣ୍ଡିତ ଆଦିତ୍ୟ ମିଶ୍ର, ପଣ୍ଡିତ ଜିତେନ୍ଦ୍ର ମିଶ୍ର, ପଣ୍ଡିତ ପ୍ରଣବ କୁମାର ମିଶ୍ର, ପ୍ରଦୀପ କୁମାର ଦାସ, ବିଦ୍ୟା ଦାସ, ଜୟନ୍ତ ମହାପାତ୍ର, ଦିଶାଙ୍କ ତ୍ରିପାଠୀ, ରାଜକୁମାର ଷଡ଼ଙ୍ଗୀ ପ୍ରମୁଖ ପୂଜାଦି କାର୍ଯ୍ୟ କରିଥିଲେ I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ଇନ୍ଦ୍ରମଣୀ ଦାସ, କଳ୍ପତରୁ ବେହେରା, ପ୍ରତାପ କୁମାର ମିଶ୍ର,ସୁରେଶ କୁମାର ମହାପାତ୍ର, ରସାନନ୍ଦ ବେହେରା, ପିତବାସ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ପଠାଣି ସାମନ୍ତ ଦାସ, ଅଲେଖ କୁମାର ଦାସ, ରବୀନ୍ଦ୍ର ବାରିକ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ I ଗତ ୧୩ ତାରିଖ ସୋମବାର ସ୍ଥାନୀୟ ମହାନଦୀ ଘାଟରୁ ଜଳ ଆଣି ଵିଧି ମୁତାବକ ପୂଜନୋତ୍ସବ ଆରମ୍ଭ କରାଯାଇଥିବାବେଳେ ୧୪ ତାରିଖ (ମଙ୍ଗଳବାର) ନେତ୍ରୋତ୍ସବ/ପ୍ରାଣ ପ୍ରତିଷ୍ଠା, ୧୫ ତାରିଖ (ବୁଧବାର) ହୋମ ଯଜ୍ଞ ଏବଂ ୧୬ ତାରିଖ (ଗୁରୁବାର) ଆଷାଢ଼ ଶୁକ୍ଳପକ୍ଷ ଦ୍ଵିତୀୟା (ଶ୍ରୀଗୁଣ୍ଡିଚା) ଦିନ ଶ୍ରୀ ବିଗ୍ରହଙ୍କ ସିଂହାସନ ବିଜେ ଅନୁଷ୍ଠିତ ହୋଇଥିଲା I

You may have missed