July 19, 2026

ଚାନ୍ଦପୁରରେ କୁନି କୁନି ପିଲାଙ୍କ ରଥଯାତ୍ରା

IMG-20260717-WA0058
Share

 

 

ଖୋର୍ଦ୍ଧା-ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ଏବେ ସାରା ବିଶ୍ୱର ଏକ ମହାନ ଆଧ୍ୟାତ୍ମିକ ପର୍ବ। ଗାଁଠୁ ସହର, ଦେଶଠୁ ବିଦେଶ—ସବୁଠି ଗୁଞ୍ଜରିତ ହେଉଛି “ଜୟ ଜଗନ୍ନାଥ” ଧ୍ୱନି। ଭକ୍ତିମୟ ପରିବେଶ ମଧ୍ୟରେ କେଉଁଠି ତିନି ରଥ, କେଉଁଠି ଗୋଟିଏ ରଥ, ଆଉ କେଉଁଠି କୁନି ରଥରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ମହାବାହୁ।

ଏହି ପରମ୍ପରାକୁ ଜୀବନ୍ତ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲାର ଚାନ୍ଦପୁର ଗ୍ରାମରେ କୁନି କୁନି ପିଲାମାନେ ନିଜସ୍ୱ ପ୍ରୟାସରେ ରଥଯାତ୍ରାର ଆୟୋଜନ କରିଥିଲେ। ରଙ୍ଗବେରଙ୍ଗର ସଜସଜ୍ଜା, ହରିବୋଲ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।

କୁନି କୁନି ହାତରେ ରଥ ଟାଣି ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତି ପ୍ରକାଶ କରିଥିଲେ ଶିଶୁମାନେ। ସେମାନଙ୍କ ଏହି ପ୍ରୟାସ ଗ୍ରାମବାସୀଙ୍କ ପ୍ରଶଂସା ସାଉଁଟିବା ସହ ରଥଯାତ୍ରାର ପରମ୍ପରାକୁ ନୂତନ ପିଢ଼ି ମଧ୍ୟରେ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ଦେଇଛି। (ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା)