July 17, 2026

ଉମରକୋଟ ରଥଯାତ୍ରା ଅବସରରେ ଭଞ୍ଜାମଣ୍ଡପ ମାଉସୀ ମାଁ ମନ୍ଦିର ନିକଟରେ ହାଇ ମାଷ୍ଟ ଲାଇଟ୍ ଉଦ୍ଘାଟିତ……….

IMG-20260717-WA0054
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପବିତ୍ର ରଥଯାତ୍ରା ଅବସରରେ ଉମରକୋଟ ଭଞ୍ଜାମଣ୍ଡପ ସ୍ଥିତ ମାଉସୀ ମାଁ ମନ୍ଦିର ନିକଟରେ ନୂତନ ହାଇ ମାଷ୍ଟ ଲାଇଟ୍‌ର ଉଦ୍ଘାଟନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଏହି ଉନ୍ନତ ଆଲୋକ ବ୍ୟବସ୍ଥା ସ୍ଥାପନ କରାଯାଇଥିବା ବେଳେ ଏହା ଭକ୍ତ ଓ ସାଧାରଣ ଲୋକଙ୍କ ପାଇଁ ବେଶ୍ ସହାୟକ ସାବ୍ୟସ୍ତ ହୋଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପାଢୀ, ଉମରକୋଟ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ଅନୁଗୁଳିଆ, ପୌରାଧ୍ୟକ୍ଷା ରାଧା ଭତ୍ରା, ପ୍ରଶାନ୍ତ କୁମାର ସାହୁ, ତପନ ଦେବନାଥ, ବାଦଲ ପଟ୍ଟନାୟକ, ପ୍ରଭାତ ନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ରଥଯାତ୍ରା ଦେଖିବାକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀ ନୂତନ ହାଇ ମାଷ୍ଟ ଲାଇଟ୍‌ର ଆଲୋକରେ ଯାତାୟାତ ଓ ଦର୍ଶନରେ ସୁବିଧା ପାଇଥିଲେ। ଏହି ବ୍ୟବସ୍ଥା ଯୋଗୁଁ ରାତ୍ରି ସମୟରେ ସମଗ୍ର ପରିବେଶ ଆଲୋକିତ ହୋଇଥିବାରୁ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ସ୍ଥାନୀୟ ବାସିନ୍ଦାମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ପୌର ପ୍ରଶାସନ ଓ ଜନପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଥିଲେ।