ସମୁଦ୍ରରେ ଭାସି ଯାଇଥିବା ମୃତଦେହ ଉଦ୍ଧାର
ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅଧୀନ ଛୁରୀଆନା ଗ୍ରାମ ପଞ୍ଚାୟତ ର ଦାଳୁଅକଣି ଗ୍ରାମରେ ଘଟିଛି ଏକ ଅଘଟଣ l ଉକ୍ତ ଗ୍ରାମର ଅକ୍ଷୟ କାଣ୍ଡି ତାଙ୍କ ଗ୍ରାମ ନିକଟରେ ଥିବା କେଳୁଣୀ ମୁହାଁଣ ଓ ବଙ୍ଗପସାଗର ତଟ ଦେଶରେ ରହିଥିବା ତାଙ୍କ ନିଜ ଜମିରେ ଚିଙ୍ଗୁଡ଼ି ଘେରି କରିଥିଲେ l ଘେରି ରେ କାର୍ଯ୍ୟ କରିବା ପାଇଁ ସୁଦୂର ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ର ରାକାଗୁଡା ଗ୍ରାମର ରୁ ଦୁଇଜଣ ଯୁବକ ଙ୍କୁ ଆଣି କାର୍ଯ୍ୟ ରେ ଲଗାଇ ଥିଲେ l ହେଲେ ଗୁରୁବାର ଦିନ ଦୁଇଜଣ ଯୁବକ ଦିନ ଏଗାର ଘଟିକା ସମୟ ରେ କିଛି ଜିନିଷ ପତ୍ର ନ ନେଇ ଘେରି ର ଅନତି ଦୂର ରେ ଥିବା କେଳୁଣୀ ମୁଁହାଣ ପାଣି ଅତିକ୍ରମ କରି କୋଣାର୍କ ଯାଇ ସେଠାରୁ ବସ୍ ଯୋଗେ ଚାଲି ଯିବା ଲାଗି ଇଚ୍ଛା ପ୍ରକାଶ କରି ମୁଁହାଁଣ ମୁହଁ ରେ ପଷି ଥିଲେ l ହେଲେ, ଲଘୁଚାପ ଜନିତ ପଵନ ସହ ଝିପି ଝିପି ବର୍ଷା ଲାଗି ରହିବା ସହ ନଦୀ ଓ ସମୁଦ୍ର ର ସଂଯୋଗ ସ୍ରୋତ ଥିବାରୁ
ରାମ ଚନ୍ଦ୍ର ଭୂଇଁୟା (୩୮) ପି, ମଙ୍ଗରାଜ,ପ୍ରବଳ ସ୍ରୋତରେ ଭାଶି ଯାଇ ସାଥି ସାଥି ନିଖୋଜ ରହିଥିବା ବେଳେ, ଅନ୍ୟ ଜଣଙ୍କୁ କିଛି ଧିବର ମାଛ ଧରୁଥିଲା ବେଳେ ସ୍ରୋତରୁ ଉଦ୍ଧାର କରିଥିଲେ l ଅସ୍ତରଙ୍ଗ ପୋଲିସ ଖବର ପାଇ ଖୋଜା ଖୋଜି କରିଥିଲେ ମଧ୍ୟ ନ ପାଇ ବାରୁ, ଶୁକ୍ରବାର ଦିନ ତାର ମୃତ ଶରୀର ଅଣକଣା ଗ୍ରାମ ନିକଟ ସମୁଦ୍ର ତଟରେ ଲାଗି ଥିବାର ଦେଖିବାକୁ ମିଳି ଥିଲା l ପୋଲିସ ମୃତକ ଶରୀର କୁ ଉଦ୍ଧାର କରି ୫/୨୬ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦକୁ ପାଞ୍ଚନାମା ନିମନ୍ତେ ପଠାଇ ଥିବା ବେଳେ, ମୃତକ ପରିବାର ଙ୍କୁ ଅସ୍ତରଙ୍ଗ ରେ ପହଂଚିବା ପାଇଁ ଖବର ଦିଆ ଯାଇଅଛି l
