November 26, 2024

ପିପୁଲ୍ସ କଲେଜରେ “ମେରି ମାଟି-ମେରି ଦେଶ” କାର୍ଯ୍ୟକ୍ରମ , ଦିଲ୍ଲୀର ଅମୃତ ବାଟିକା ପାଇଁ ମୃତ୍ତିକା ପ୍ରେରଣ

Share

ପିପୁଲ୍ସ କଲେଜରେ “ମେରି ମାଟି-ମେରି ଦେଶ” କାର୍ଯ୍ୟକ୍ରମ , ଦିଲ୍ଲୀର ଅମୃତ ବାଟିକା ପାଇଁ ମୃତ୍ତିକା ପ୍ରେରଣ
ବୁଗୁଡ଼ା : ତା ୧୬/୦୮/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ସମ୍ମିଳନୀ କକ୍ଷରେ ଛାତ୍ରୀଙ୍କୁ ନେଇ ଗଠିତ ଏନ୍ଏସ୍ଏସ୍ ୟୁନିଟ୍-୨ ପକ୍ଷରୁ “ମେରି ମାଟି-ମେରି ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ୭୭ତମ ସ୍ବାଧୀନତା ଦିବସ ଅବସରରେ ୟୁନିଟ୍-୨ର ପ୍ରୋଗ୍ରାମ ଅଫିସର ଅଧ୍ଯାପିକା ଶୁଭସ୍ମିତା ମହାପାତ୍ରଙ୍କ ପୌରହିତ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ କାଳରେ
ଜାତୀୟ ଏକତା ଓ ଐତିହ୍ୟର ପ୍ରତୀକ ତ୍ରିରଙ୍ଗା ପତାକା ଏବଂ କୋଟି କୋଟି ଭାରତୀୟଙ୍କ ହୃଦୟର ସ୍ପନ୍ଦନ ଜାତୀୟ ସଙ୍ଗୀତର ଗୌରବମୟ ଐତିହାସିକ ପୃଷ୍ଠଭୂମି ସମ୍ପର୍କେ ଆଲୋକପାତ କରାଯାଇଥିଲା । ଏଥି ସହ
ଛାତ୍ରୀମାନଙ୍କ ଦ୍ବାରା ପୃଥକ୍ ପୃଥକ୍ ଭାବେ ବୁଗୁଡା ବ୍ଲକର ୨୧ଟି ପଞ୍ଚାୟତରୁ ସଂଗୃହିତ ମୃତ୍ତିକାକୁ ଏକାଠି କରାଯାଇଥିଲା । କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ତତ୍ତ୍ଵାବଧାନରେ ଆୟୋଜିତ “ପଞ୍ଚ ପ୍ରାଣ ସଙ୍କଳ୍ପ” କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଏନ୍ଏସ୍ଏସ୍ , ଏନସିସି , ଓ୍ବାଇଆରସି, ସ୍କାଉଟ୍ ଆଦିର ଛାତ୍ରଛାତ୍ରୀ ଯୋଗ ଦେଇ ଶପଥ ଗ୍ରହଣ କରିଥିଲେ । ତେବେ ଆଜି ୟୁନିଟ-୨ର କାର୍ଯ୍ୟକ୍ରମ ଅଧିକାରିଣୀ ଏବଂ ଛାତ୍ରୀମାନେ ଦିଲ୍ଲୀର ଅମୃତ ବାଟିକାରେ ଚାରା ରୋପଣାର୍ଥେ ସଂଗୃହୀତ ମୃତ୍ତିକାକୁ ପ୍ରେରଣ ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକଙ୍କୁ ପ୍ରଦାନ କରିଥିଲେ ।

You may have missed