August 18, 2026

ବାଲିପଦରରେ ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ଦେଶର ୭୭ତମ ସ୍ବାଧୀନତା ଦିବସ ପାଳିତ

IMG-20230816-WA0068
Share

ବାଲିପଦରରେ ବିଭିନ୍ନ ପ୍ରତିଷ୍ଠାନ ପକ୍ଷରୁ ଦେଶର ୭୭ତମ ସ୍ବାଧୀନତା ଦିବସ ପାଳିତ
———————————————
ବୁଗୁଡା:-ତା-୧୭-୦୮-୨୦୨୩ ଦେଶର ୭୭ତମ ସ୍ବାଧୀନତା ଦିବସ ବାଲିପଦରର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମହା ଯାକଜମକରେ ପାଳିତ ହୋଇ ଯାଇଛି। ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଠାରେ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କ ଏକ ସଭାକୁ ଅତିଥି ଭାବେ ପ୍ରଧ୍ୟାପକ କୈଳାଶ ଚନ୍ଦ୍ର ସେନାପତି, ସରୋଜ କାନ୍ତ ଦାସ, ବିଭୁତି ଭୁଷଣ ବେବର୍ତ୍ତା, ପ୍ରଦ୍ୟୁମ୍ନ କୁମାର ପାଢ଼ୀ, ଜ୍ଞାନ ଚାନ୍ଦ ଗୌଡ଼, ସଂଜୟ କୁମାର ବିଷୋୟୀ, ସଞ୍ଜୟ କୁମାର ପାତ୍ର ପ୍ରମୁଖ ଉଦ୍ ବୋଧନ ଦେଇଥିଲେ।ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଅର୍ଜ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ନତକ କଲେଜର ପରିଚାଳନା ପରିଷଦ ସଭାପତି ହରିହର ବିଷୋୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ବାଲିପଦର ଫ୍ରଣ୍ଡସ୍ କ୍ଳବ ପକ୍ଷରୁ ସଭାପତି ଦେବଦତ୍ତ ରଣା ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦକ ରାଜେନ୍ଦ୍ର ମହାରଣା, କାର୍ଯକାରୀ ସଦସ୍ଯ ଜି. ମନୋଜ କୁମାର ପାତ୍ରଜ, ଗାବଳିଆ, ବାଳକୂ୍ୁଷ୍ଣ ବିଷୋୟୀ, ସନ୍ୟାସୀ ମହାରଣା, କେ. ବାରାନିଧି ପାତ୍ର, ସଂବିତ୍ ପାତ୍ର,ଜି.ରଞ୍ଜିତ ପାତ୍ର. ଡି. ଗୋପାଳ ଆଚାରୀ,ଜି.କୈଳାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ଵକ୍ତବ୍ୟ ପ୍ରଦାନ କରିଥିଲେ। ବାଲିପଦର ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ଇ. ନିଳାଞ୍ଚଳ ପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ସଭାପତି ଟୁନାଗୌଡ, ସ୍କାଉଟ ଶିକ୍ଷକ ଜିତେନ୍ଦ୍ରିୟ ଗୌଡ଼, ଏନ. ସି. ସି ଶିକ୍ଷକ ପି. ସନ୍ତୋଷ ରାଓ ଦୋରା, କ୍ରିଡା ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସ୍ବାଇଁ, ରେଡ୍ କ୍ରସ୍ ପକ୍ଷରୁ ସୁମିତ୍ରା ବେହରା ପ୍ରମୁଖ ଶିକ୍ଷକ ଓ ଶିକ୍ଷୟତ୍ରୀ ନଗର ପରିକ୍ରମାରେ ସହଯୋଗ କରଥିଲେ। ବାଲିପଦର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ସଭାପତି ଇଞ୍ଜିନିୟର ବିପ୍ର ଚରଣ ପାତ୍ର ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦକ ପ୍ରକାଶ ଚନ୍ଦ୍ର ରଥ ମଙ୍ଗୁଳୀ ପାତ୍ର, ନରସିଂହ ପାତ୍ର,ମାଧବ ଚନ୍ଦ୍ର ଭୋଳ ଓ ସମସ୍ତ ସଦସ୍ଯ ଉପସ୍ଥିତ ରହି ଦାତା ସଂଗୀତ ପରିବେଷଣ କରିଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ରାଜଲକ୍ଷ୍ମୀ ପ୍ରଧାନ, ଅହଲ୍ୟା ଦେବୀ ମହାବିଦ୍ୟାଳୟରେ ଅଧ୍ଯକ୍ଷ ଡକ୍ଟର ବ୍ରଜକିଶୋର ପାଢ଼ୀ, ରଘୁନାଥ ସ୍ବାମୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ବୈଜୟନ୍ତି ମାଳା ସୁବୁଦ୍ଧି, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ସଭାପତି କାହ୍ନୁ ଚରଣ ବାଡତ୍ୟା,ଶ୍ରୀ ଅରବିନ୍ଦ ପୁର୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ସଭାପତି ନାରାୟଣ ସାମନ୍ତରା, ଘୁମସର ର ସ୍ବରରେ ସମାଜସେବୀ ଖଲି ପରିଡା,ବାଲିପଦର ପୋଲିସ୍ ଫାଣ୍ଡି ଠାରେ ଓ. ଆଇ. ସି ସମିର କୁମାର ବେହରା, ଉତ୍କଳ କଳା ପରିଷଦ ଠାରେ ସଭାପତି ଜି. ରାଜେଶ୍ବର ପାତ୍ର ପ୍ରମୁଖ ଯୋଗଦେଇ ଜାତୀୟ ଉତୋଳନ କରିଥିଲେ।

You may have missed