May 17, 2026

ମୋହନା ଥାନାରେ ମୋବାଇଲ ହଜିଯାଇଥିବା ଲୋକଙ୍କୁ ଫେରାଇଲେ ଥାନା କର୍ତ୍ତୃପକ୍ଷ..

IMG-20260516-WA0035
Share

 

ମୋହନା—ମୋହନା ଥାନା ପରିସରରେ ମୋବାଇଲ ମେଳା ଅନୁଷ୍ଠିତ ହୋଇଯାଇଛି। ରା. ଉଦୟଗିରି ଯୁବ ଆଇପିଏସ ଅଧିକାରୀ ରାକେଶ କୁମାର ସାହୁଙ୍କ ନେତୃତ୍ଵରେ ବିଭିନ୍ନ ଥାନା ଅଞ୍ଚଳରୁ ଅସାବଧନତା କାରଣରୁ ଲୋକଙ୍କ ହଜିଯାଇଥିବା ୪୩ ଟି ମୋବାଇଲକୁ ପୁଲିସ ଉଦ୍ଧାର କରି ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି । ସେଥି ମଧ୍ୟରୁ ମୋହନା ଥାନା ପକ୍ଷରୁ ୨୪ଟି, ଅଡ଼ବା ଥାନା ପକ୍ଷରୁ ୪ଟି, ରା. ଉଦୟଗିରି ଥାନା ପକ୍ଷରୁ ୧୦ଟି ଓ ରାମଗିରି ଥାନା ପକ୍ଷରୁ ୫ଟି ମୋବାଇଲ ଉଦ୍ଧାର କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରୁ ଓ ବାହାର ରାଜ୍ୟ କେରଳ ଏବଂ କର୍ଣ୍ଣାଟକରୁ ପାର୍ସଲ ଯୋଗେ କିଛି ଲୋକ ମୋବାଇଲ ମଧ୍ୟ ପଠାଇଥିଲେ । ଏ ସଂପର୍କରେ ସୂଚନା ଦେବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରୀ ସାହୁ ଯୋଗ ଦେଇ ସୂଚନା ଦେବା ସହିତ କୌଣସି ବ୍ୟକ୍ତିର ମୋବାଇଲ ଯଦି ଚୋରୀ କିମ୍ବା ହଜି ଯାଇଥାଏ ତେବେ ବିନା ଦ୍ୱିଧାରେ ନିକଟସ୍ଥ ଥାନାକୁ ଯାଇ ଲିଖିତ ଭାବେ ଅଭିଯୋଗ କରନ୍ତୁ ବୋଲି ଉପସ୍ଥିତ ସାଧାରଣକୁ ପରାମର୍ଶ ଦେଇଥିଲେ । ହଜିଯାଇଥିବା ମୋବାଇଲ୍ ପାଇଁ ମାଲିକ ମାନେ ପୁଲିସ ପ୍ରଶାସନକୁ ଭୂୟସି ପ୍ରଶଂସା କରି କହିଥିଲେ ପୁଲିସ ହେବତ ଏମିତି I ଏହି ମେଳାରେ ସ୍ଥାନୀୟ ଥାନା ଅଧିକାରୀ ଓମ ନାରାୟଣ ପାତ୍ର, ଅଡ଼ବା ଥାନା ଅଧିକାରୀ ନଳିନୀ କୁମାରୀ କହଁରଙ୍କ ସମେତ ସମସ୍ତ ଥାନାର ଏସଆଇ, ଏଏସଆଇ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।