May 17, 2026

ରାତି ଅଧିଆ ମାଟି ମାଫିଆ ଙ୍କ ହଇୱା ଓ ମେସିନ୍ କୁ ଗୋଡେଇ ଧରିଲା ଜିଲ୍ଲା ପ୍ରଶାସନ

IMG-20260517-WA0004
Share

  1- ରାତି ହେଲେ ଗର୍ଜୁଥିଲା ହାଇୱା, ଆଉ ଅନ୍ଧାର ଭିତରେ ଚାଲୁଥିଲା ମାଟିର କଳା କାରବାର, 2- ବଡ ବଡ ମେସିନ୍ ଲଗାଇ ରାତା ରାତି ଖୋଳା ଯାଉଥିଲା ମାଟି, ଆଉ ସହ ସହ ହାଇୱା ରେ ମାଟି ହେଉଥିଲା ଚାଲାଣ, 3- ବାରମ୍ୱାର ଅଭିଯୋଗ ଓ ଖବର ପ୍ରସାରଣ ପାରେ ବି ଶୁଣୁନ ଥିଲା ଜିଲ୍ଲା ପ୍ରଶାସନ, 4- ହେଲେ ଏବେ ନିଦ ଭାଙ୍ଗିଲା ଜିଲ୍ଲା ପ୍ରଶାସନ ର , ଆକ୍ସନ ମୁଡ଼ରେ ଏବେ ଜିଲ୍ଲା ପ୍ରଶାସନ, 5- ରାତି ଅଧିଆ ମାଟି ମାଫିଆ ଙ୍କ ହାଇୱା ଓ ଜେସିବି କୁ ଗୋଡେଇ ଧରିଲା ଜିଲ୍ଲା ପ୍ରଶାସନ, 6- 7ଟି ବଡ ମେସିନ୍, 12ରୁ ଅଧିକ ହାଇୱା କୁ କାବୁ କଲା ଜିଲ୍ଲା ପ୍ରଶାସନ, 7- ବାଲି ଓ ମାଟିକୁ ସରକାର ଲଘୁ ଖଣିଜ ଦ୍ରବ୍ୟ ମାନ୍ୟତା ଦେଉଥିବା ବେଳେ , ଏଠି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ରାଜସ୍ୱ କ୍ଷତି ହେଉଛି। ହେଲେ ଏଠି ମାଟି ମାଫିଆ ମାନେ ବିନା ରୟାଲିଟୀ ରେ ସରକାରଙ୍କୁ ଫାଙ୍କି ଦିର୍ଘ ଦିନ ଧରି ଚଳାଉଥିଲେ ଚୋରା ସାମ୍ରାଜ୍ୟ, ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତହସିଲ୍ ଅଧିନ ଫତେପୁର ଗହୀରରେ। ଗତ ଗୁରୁବାର ମଧ୍ୟରାତ୍ରିରେ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ଓ ଏସ୍ପି ହଠାତ୍ ପହଞ୍ଚିଥିଲେ ଫତେପୁର ଗହୀରରେ , ପ୍ରସାଶନଙ୍କ ନାଲିବତୀ ଗାଡି ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଟି ମାଫିଆ। କିଏ ଜେସିବି ଛାଡି ପଳାଇଥିଲେ ତ କିଏ ହାଇୱା ନେଇ ଫେରାର ହେବାକୁ ଚେଷ୍ଟା କରିଥିଲେ ହେଲେ ଶେଷରେ ଜିଲ୍ଲା ପ୍ରଶାସନ ହାତରେ 11 ରୁ ଅଧିକ ହାଇୱା , 7ଟି ବଡ ମେସିନ୍ ଜବତ ହେବା ସହ 4ଜଣଙ୍କୁ ଅଟକ ରଖିଛି। 1- କିନ୍ତୁ ଏବେ ସାଧାରଣରେ ବଡ଼ ପ୍ରଶ୍ନ, ଏତେ ବଡ ସିଣ୍ଡିକେଟ୍ କାହା ବଳରେ ଚାଲୁଥିଲା ? 2- ପ୍ରଶାସନ ସବୁ ଜାଣି ନୀରବ ଥିଲା କି ? ନା ରାଜ ନେତାଙ୍କ ଛତ୍ରଛାୟାରେ ଚାଲିଥିଲା ଏହି ଚୋରା ମାଟି କାରବାର ? ଯେଉଁମାନେ ପ୍ରତିବାଦ କରୁଥିଲେ, ସେମାନଙ୍କୁ ଦେଖାଯାଉଥିଲା ନାଲି ଆଖି। ଏବେ ଦେଖିବାକୁ ବାକି, ଏହି ଅକ୍ସନ୍ କେବଳ ଚଢ଼ାଉରେ ସୀମିତ ରହିବ, ନା ଏହାର ପଛରେ ଥିବା ମାଷ୍ଟର ମାଇଣ୍ଡ ନିକଟରେ ପହଞ୍ଚି ପାରିବ ତ ପ୍ରଶାସନ। ଅନ୍ୟ ପଟେ ବିଜେଡି ବ୍ଲକ୍ ସଭାପତି ମନିଦ୍ର ଗୁରୁ ଓ ଯୁବ ସମାଜ ସେବୀ ଚନ୍ଦ୍ର ଶେଖର ଶତପଥୀ ,ମାଟି ମାଫିଆ ଙ୍କ ହାଇୱା ଓ ମେସିନ୍ କୁ ଜବତ କରିଥିବା ଜିଲ୍ଲା ପ୍ରଶାସନ ଅଧିକାରୀ ଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟ ମାଟି ମାଫିଆ ଙ୍କୁ ଗିରଫ କରିବାକୁ ଅନୁରୋଧ କରିଥିବା ବେଳେ, ଖୁବ୍ ଶୀଘ୍ର କିଙ୍ଗ ମାଷ୍ଟର ମାଇଣ୍ଡ କୁ ଧରାଯିବ ବୋଲି ଏସ୍ପୀ ଅଙ୍କିତ କୁମାର ବର୍ମା କହିଛନ୍ତି ( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )