May 19, 2024

ମାଝୀଗୁଡା ଫାର୍ମାସିଷ୍ଟ ଙ୍କ ଘରୁ ଚୋରି

Share


କଲ୍ୟାଣସିଂହପୁର-୧୬/୪(ନିପ୍ର)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟ ସୀମାଞ୍ଚଳ ପଣ୍ଡା ଙ୍କ ଘରୁ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ । ଫାର୍ମାସିଷ୍ଟ ସୀମାଞ୍ଚଳ ପଣ୍ଡା ଗତ କାଲି କୌଣସି କାର୍ଯ୍ୟରେ ରାୟଗଡା ଯାଇଥିଲେ । ସେହିଠାରୁ ସକାଳ ୮ଘଣ୍ଟାରେ ଆସି ଦେଖିବା ବେଳେ ମୋ ଘରେ ପକାଇଥିବା ଚାବି କୁ ଭାଙ୍ଗି ଥିବା ଦେଖି ଥିଲେ ।ଏହାକୁ ଦେଖି ଘର ଭିତରେ ଦେଖିବା ବେଳକୁ ଆଲମାରୀରେ ରଖିଥିବା ପ୍ରାୟ ଦୁଇତୁଲା ସୁନାର ମୁକ୍ତାମାଳ, ବ୍ରତ ରେ ମିଳିଥିବା ପ୍ରାୟ ତୁଳା ସୁନା ଚେନ, ପ୍ରାୟ ତିନି ତୁଳାର ୧୨ଟି ସୁନା ମୁଦି , ପ୍ରାୟ ଦୁଇ ତୁଳାର ୪ହଳ ସୁନା କାନ ଫୁଲ , ୧୨ତୁଳାର ୧୨ଖଣ୍ଡ ରୁପା ଟଙ୍କା ସହିତ ଯାବତୀୟ ଅଜଣା ବ୍ୟକ୍ତି ଆଲମାରୀ ଭାଙ୍ଗି ଚୋରି କରି ନେଇଯାଇଛି । ଏହାର ସମୁଦାୟ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଏହା ଦେଖି ମୁଁ ଆଖପାଖ ଅଞ୍ଚଳବୁଲି ଦେଖିଲି।କିନ୍ତୁ ମୁଁ କୌଣସି ସୁରାକ ପାଇପାରିଲି ନାହିଁ ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ କୌଣସି ଅଧିକାରୀ ନଥିବା ବେଳେ ଏଏସ ଆଇ ମୋତିଲାଲ ପଟ୍ଟନାୟକ ଙ୍କୁ ଲିଖିତ ଦେଇ ଥିବା ସୀମାଞ୍ଚଳ ପଣ୍ଡା କହିଛନ୍ତି ।ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।