June 20, 2026

ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ…

IMG-20260620-WA0146
Share

ଚିକିଟି

 

ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ଜନକଲ୍ୟାଣମୂଳକ ଯୋଜନାର ସୁଫଳ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଶୁକ୍ରବାର ପାତ୍ରପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ସରକାରଙ୍କ ବିକାଶମୂଳକ ପଦକ୍ଷେପ ଦ୍ୱାରା ଗ୍ରାମାଞ୍ଚଳରେ ଜନସାଧାରଣଙ୍କ ଜୀବନଧାରାରେ ଆସୁଥିବା ପରିବର୍ତ୍ତନ ସମ୍ପର୍କରେ ସେ ମତ ପ୍ରକାଶ କରିଥିଲେ।

ଏହି ଅବସରରେ ବିଧାୟକ ୩୩୭ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିବା ସହ ୩୭ ଜଣ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ, ୧୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିର ସହାୟତା ପତ୍ର, ୧୦ ଜଣ ହିତାଧିକାରୀଙ୍କୁ କାମଧେନୁ ଯୋଜନାର କାର୍ଯ୍ୟାଦେଶ, ୫୦ ଜଣ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ,୪୫ଟି ବିଦ୍ୟାଳୟକୁ ପଟ୍ଟା ପ୍ରଦାନ କରିଥିଲେ। ସେହିପରି ୨୪୯ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ମୋବାଇଲ ଫୋନ ବଣ୍ଟନ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପାତ୍ରପୁର ତହସିଲଦାର ଅଶୋକ ପଟ୍ଟନାୟକ, ସିଡ଼ିପିଓ ନମିତା ପଣ୍ଡା, ପ୍ରାଣୀ ଚିକିତ୍ସକ ସସ୍ମିତା ପଣ୍ଡା, ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ୱାଇ ମୋହନ ରାଓ, ଲଳିତା ପ୍ରଧାନଙ୍କ ସହିତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡ଼ି କର୍ମୀ ଓ ବହୁ ସଂଖ୍ୟକ ହିତାଧିକାରୀ ଉପସ୍ଥିତ ଥିଲେ। ଶେଷରେ ବିଭିନ୍ନ ଯୋଜନାର ସଫଳ ହିତାଧିକାରୀମାନେ ନିଜ ଅନୁଭୂତି ବାଣ୍ଟିବା ସହ ସରକାରଙ୍କ ଜନହିତକର ପଦକ୍ଷେପକୁ ସ୍ୱାଗତ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବିଏସଏସଓ ସ୍ନେହାଶିସ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।   (ସୁଭଶ୍ରୀ ପ୍ରଧାନ )