September 1, 2026

ଦୁର୍ଗମ ଅଞ୍ଚଳରେ ମାଗଣା ଅଟୋ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ ଗର୍ଭବତୀ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ମିଳିଲା ନୂଆ ଦିଗ…

IMG-20260620-WA0145
Share

ଚିକିଟି ,

ପାତ୍ରପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଗର୍ଭବତୀ ମାଆ ଓ ଏକ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଉଦ୍ଦେଶ୍ୟରେ ବ୍ଲକ ସ୍ତରୀୟ “ନିରୀକ୍ଷଣ ସାଥି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବିକୁ ପୂରଣ କରି ଚିକିଟୀ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମାଗଣା ଅଟୋ ଆମ୍ବୁଲାନ୍ସ ସେବାର ଶୁଭ ଉଦ୍ଘାଟନ କରିଥିଲେ। ଏହି ସେବା ଆରମ୍ଭ ହେବା ଫଳରେ ଦୁର୍ଗମ ଅଞ୍ଚଳର ଗର୍ଭବତୀ ମହିଳା ଓ ଶିଶୁମାନେ ଜରୁରୀ କାଳୀନ ସମୟରେ ନିଶୁଳ୍କ ଭାବେ ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚିପାରିବେ। ଏହା ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ କରିବା ସହ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଗମ କରିବ ବୋଲି ଆଶା କରାଯାଉଛି।

ଆଜିର କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖି ବିଧାୟକ ଶ୍ରୀ ସାମନ୍ତରା କହିଥିଲେ ଯେ ଚିକିଟୀ ବିଧାନସଭା କ୍ଷେତ୍ରର ପ୍ରତ୍ୟେକ ମାଆ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ତାଙ୍କର ସର୍ବୋଚ୍ଚ ପ୍ରାଥମିକତା। ଦୁର୍ଗମ ଅଞ୍ଚଳର କୌଣସି ବ୍ୟକ୍ତି ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତୁ, ସେଥିପାଇଁ ଆଗାମୀ ଦିନରେ ଆହୁରି ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡ଼ଃ ସମ୍ବିଦ ବେଗରାୟ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମଣ ଚରଣ ସୋରେନ,ପାତ୍ରପୁର ବ୍ଲକ ଉପାଧ୍ୟାକ୍ଷ ଅନାଦି ଚରଣ ପଣ୍ଡିତ ,ଜିଲ୍ଲା ଉନ୍ନୟନ ମୋର୍ଚା ଉପ ସଭାପତି ଲଳିତା ପ୍ରଧାନ ସ୍ଥାନୀୟ ସରପଞ୍ଚ କୁନି ନାଇକ, ବିପିଏମ ରବି ନାରାୟଣ ସାହୁ,ମେଡିକାଲ କର୍ମଚାରୀ ଙ୍କ ସମେତ,ଆଶାକର୍ମୀ,ଏଏନଏମ ,ଅଙ୍ଗନବାଡ଼ି କର୍ମୀ ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ନୂତନ ଅଟୋ ଆମ୍ବୁଲାନ୍ସ ସେବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା।    (ସୁଭଶ୍ରୀ ପ୍ରଧାନ )

You may have missed