June 20, 2026

ନବରଙ୍ଗପୁର ବନ ବିଭାଗ ଅଞ୍ଚଳରେ ବାଘ ଚମଡା ଜବତ, ଜଣେ ଗିରଫ ସହିତ ଜଣେ ଫେରାର ..

IMG-20260620-WA0150
Share

 

କୋରାପୁଟ(ହରିଶ କୁମାର ପଟ୍ଟନାୟକ)ନବରଙ୍ଗପୁର ବନ ବିଭାଗ ଡିଭିଜନ ଅନ୍ତର୍ଗତ ଡାବୁଗାଁ ରେଞ୍ଜ ଜଟାବାଳ ସେକସନ ପତ୍ରି ବିଟ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଆଜି ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରିବା ସମୟରେ କୌଣସି ସୂତ୍ରରୁ କର୍ମଚାରୀ ଗୁପ୍ତ ଖବର ପାଇ ଜଙ୍ଗଲ ମଧ୍ୟରେ ଚଡାଉ କରିଥିଲେ। ଦୁଇ ଜଣ ବ୍ୟକ୍ତି ଗୋଟିଏ ମଟର ସାଇକେଲ ଯାହାର ନମ୍ବର ଓ ଡି ୨୪ଏଫ ୬୯୮୫ଏକ ରଙ୍ଗ କଲର ଜରି ବ୍ୟାଗ ରେ ୨୩୫ ସିଏମ ଚଉଡା ର ଏକ ବାଘ ଚମଡା ଧରି ବେଆଇନ ଭାବେ ବିକ୍ରି ଉଦେଶ୍ୟରେ ଯିବା ସମୟରେ ବନ ବିଭାଗ କର୍ମଚାରୀ ଙ୍କୁ ଦେଖି ଦୌଡ଼ି ପଳେଇ ଯାଉଥିଲେ। ଦୁଇ ଆସାମୀ ଦୌଡ଼ି ଯିବା ସମୟରେ ବନ ବିଭାଗ କର୍ମଚାରୀ ଦୌଡ଼ି ଦୌଡ଼ି ଯାଇ ଜଣକୁ ଧରିଥିଲେ ଏବଂ ଜଣେ ଫେରାର ହୋଇ ଯାଇଥିଲେ। ଯେଉଁ ଜଣଙ୍କୁ ବନ ବିଭାଗ ଗିରଫ କରିଛି ତାଙ୍କୁ ବନ ବିଭାଗ ବନ୍ୟ ଜନ୍ତୁ ସୁରକ୍ଷା ଆଇନ ୧୯୭୨ ନିୟମ ପ୍ରକାରେ କେସ ନମ୍ବର ଓ ଆର ୫୫/୨୬-୨୭ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଆସାମୀ ଙ୍କୁ କୋର୍ଟ ରୁ ପୁଣି ଆଣି ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ତଦନ୍ତ କରି ଅଧିକାରୀ ଜଣାଇଛନ୍ତି। ଗିରଫ ବ୍ୟକ୍ତି ଜଣକ ହେଲେ ସିବୁନୁ ଟାକରି। ଏହି ଚଡାଉ ରେ ଡାବୁଗାଁ ଭାରପ୍ରାପ୍ତ ରେଞ୍ଜର ରାମ ଚନ୍ଦ୍ର ଭତ୍ରା ଙ୍କ ନେତୃତ୍ୟରେ ଉମାକାନ୍ତ ପଟ୍ଟନାୟକ ଫରେଷ୍ଟର, ପ୍ରଫୁଲ୍ଲ ମାଝୀ ଫରେଷ୍ଟର, ନଗେନ୍ଦ୍ର ନାଥ ପୂଜାରୀ ଗାର୍ଡ, କାର୍ତ୍ତିକ ମାଝୀ, ତାପସ ରଞ୍ଜନ ପଟ୍ଟନାୟକ, ପିତାମ୍ବର ନାୟକ, ଲାଲୁ ବିଷୋୟୀ, ଉମା ଶଙ୍କର ପାଣିଗ୍ରାହୀ ପ୍ରମୁଖ ଏହାର ନେତୃତ୍ୱ ନେଇ ସଫଳ ହୋଇ ଥିବାରୁ ଚୋରା କାରବାର କରୁଥିବା ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବା ଶୁଣିବାକୁ ମିଳୁଛି।