May 19, 2024

ନିଖିଳ ଉତ୍କଳ ଶୁଣ୍ଡି ସମାଜ ଦ୍ଵାରା ବିଧବା ମହିଳାଙ୍କୁ ଆର୍ଥିକ ସହାୟତା

Share

 

ବାଙ୍କୀ:-୧୪/୦୪:ନିଖିଳ ଉତ୍କଳ ଶୁଣ୍ଡି ସମାଜ(ଓଡ଼ିଶା) ଦ୍ଵାରା କଟକ ଜିଲ୍ଲାର ଗୋଡିସାହି ଗ୍ରାମର ସ୍ବଜାତିର ଜଣେ ଗରିବ,ବିଧବା ମହିଳା ଶ୍ରୀମତୀ ରଞ୍ଜିତା ସାହୁଙ୍କୁ ନିଖିଳ ଉତ୍କଳ ଶୁଣ୍ଡି ସମାଜ ଜନ କଲ୍ୟାଣ ପାଣ୍ଠି ତରଫରୁ ୩୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବାରୁ କଟକ ଜିଲ୍ଲା ଶୁଣ୍ଡି ସମାଜ ତରଫରୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିକ୍ରମ କିଶୋର ସାହୁ ଏବଂ ସମସ୍ତ ରାଜ୍ୟ ସଂଗଠନର ନେତ୍ରୁ ବୃନ୍ଦ ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।କଟକ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ଓ କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ସାହୁ,ରାଜ୍ୟ ସଭାପତିଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ଏହା କେବଳ ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିକ୍ରମ କିଶୋର ସାହୁଙ୍କ ଜନସେବା କରିବାର ଦୃଢ଼ ଇଚ୍ଛାଶକ୍ତି ଦ୍ଵାରା ସମ୍ଭବ ହୋଇପାରିଛି ବୋଲି ଗ୍ରାମବାସି ମାନେ ମତ ପ୍ରକାଶ କରିଛନ୍ତି ।କାର୍ଯ୍ୟକ୍ରମରେ
ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଉଦୟନାଥ ସାହୁ,ରାଜ୍ୟ
ପରାମର୍ଶଦାତା ପ୍ରଫେସର ଶ୍ରୀଯୁକ୍ତ ବସନ୍ତ ସାହୁ,ରାଜ୍ୟ ଯୁବ ସଭାପତି ଶ୍ରୀ ମଙ୍ଗରାଜ ସାହୁ,ରାଜ୍ୟ କମିଟିର ସଦସ୍ୟ ଶ୍ରୀ ପ୍ରଶାନ୍ତ ସାହୁ ଓ
ଗୋଡିସାହି ଶୁଣ୍ଡି ସମାଜର ଯୁବ ସଦସ୍ୟ ଶ୍ରୀ ବିଶ୍ୱଜିତ୍ ସାହୁ,ହରିଶ୍ଚନ୍ଦ୍ର ସାହୁ,ପ୍ରିୟବ୍ରତ ସାହୁ ଓ ଗୁରୁଜନ ତୁଲ୍ୟ ବ୍ୟକ୍ତି ମଣ୍ଡଳୀ ପ୍ରଫୁଲ୍ଲ ସାହୁ,ଅନ୍ତର୍ଯ୍ୟାମୀ ସାହୁ,ନାରାୟଣ ସାହୁ,ଯୁବ ଶିକ୍ଷକ ଧର୍ମେନ୍ଦ୍ର ସାହୁ ଓ ଅନେକ ଗଣମାନ୍ୟ ବ୍ୟକ୍ତି ମଣ୍ଡଳୀ ଉପସ୍ଥିତ ଥିଲେ ।ସହାୟତା ରାଶି ଦ୍ଵାରା ଗରିବ ପରିବାରର ଦୈନନ୍ଦିନ ଜୀବନ ଅତିବାହିତ କରିବା ପାଇଁ ସହାୟକ ହେବବୋଲି ଗ୍ରାମବାସୀ ମାନେ ଆଲୋଚନା କରିଥିଲେ ।
ଏହା କଟକ ଜିଲ୍ଲା ଶୁଣ୍ଡି ସମାଜ ଓ ଗୋଡିସାହି ଶୁଣ୍ଡି ସମାଜ ପାଇଁ ଗର୍ବ ଆଉ ଗୌରବର କଥା ବୋଲି ଗ୍ରାମବାସିମାନେ ମତବ୍ୟକ୍ତ କରିଥିଲେ ।