May 19, 2024

ବାଇକ୍ ଧକ୍କାରେ ବାଳକ ଗୁରୁତର

Share

ବୁଗୁଡା : ତା ୧୬/୦୪/୨୪ : ସ୍ଥାନୀୟ କଲେଜ ରୋଡର ଗ୍ଲାସ୍ ଫ୍ଯାକ୍ଟ୍ରି ସମ୍ମୁଖରେ ଏକ ବାଇକ ଧକ୍କାରେ ଜଣେ ବାଳକ ଆହତ ହୋଇ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଆହତ ଜଣକ ହେଲେ ଆଦିତ୍ୟ ନାୟକ(୫) । ଘଟଣାରୁ ପ୍ରକାଶ ଯେ , ଆଜି ପୂର୍ବାହ୍ନରେ ସ୍ଥାନୀୟ ପିପୁଲ୍ସ କଲେଜର ଜନୈକ କର୍ମଚାରୀ ବାଇକ୍ ଯୋଗେ କଲେଜକୁ ଯାଉଥିଲେ । ଏହି ସମୟରେ ବାଳକ ଜଣକ ରାସ୍ତା ପାର ହେଉଥିଲା ବେଳେ ବାଇକ୍ ସହ ଧକ୍କା ହୋଇ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ବୁଗୁଡା ମେଡିକାଲକୁ ଅଣାଯାଇଥିଲା । ଦୁର୍ଘଟଣାରେ ସେ ଖଣ୍ଡିଆ ଖାବରା ହୋଇଥିଲା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ଡାହାଣ ହାତଟି ଭାଙ୍ଗି ଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା ।