May 19, 2024

ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ରୁପୁ ହେଲେ ଭାଜପା ବିଧାୟକ ପ୍ରାର୍ଥି

Share

 


କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଆଜି ଶ୍ରୀ ରୁପୁ ଭତରା ଙ୍କ ନାମ ଘୋଷଣା କରିଥିବା ଜଣା ଯାଇଛି. ଶ୍ରୀ ଭତରା ସେନା ବିଭାଗ ରେ ଅବସର ନେଇ ବିଜେପିର ଯୋଗ ଦେଇ ଦୀର୍ଘ ସାତ ବର୍ଷ ହେବ ଦଳ ସଂଘଠନ କରିବା ସହ ଲୋକଙ୍କ ଦୁଃଖ ସୁଖରେ ନିଜକୁ ସାମିଲ ରଖୁ ଥିଲେ. ସେ ବହୁ ମିଷ୍ଠ ଭାଷୀ ବ୍ୟକ୍ତି. କୋଟପାଡ଼ ବଣ୍ଡା ଗୁଡା ରେ ସପରିବାର ସହ ରୁହନ୍ତି I ପୂଜା ପାର୍ବଣ. ଖେଳ କୁଦ. ଯେ କୌଣସି ଉତ୍ସବ ରେ ତାଙ୍କ ଯୋଗଦାନ ନିଶ୍ଚିତ. ସେ ଅଦବାସୀ ବିକାଶ ପରିଷଦର ସମ୍ପାଦକ ଭାବରେ ବହୁ କାମ ସମାଜ ପାଇଁ କରି ଆସିଥିବା ନଜର ରହିଛି I ଅନ୍ୟ ପକ୍ଷରେ ବିଜେଡି ପକ୍ଷରୁ ଚନ୍ଦ୍ର ଶେଖର ମାଝୀ ଙ୍କୁ ଏ ଥର ଦଳ ଭରସା କରି ଟିକଟ ପ୍ରଦାନ କରିଛି. କଂଗ୍ରେସ ଛାଡି ସେ ଅଢେଇ ବର୍ଷ ହେବ ବିଜେଡି ରେ ଯୋଗ ଦାନ ପରେ ତାଙ୍କୁ ଏସଡିସି ଅଧକ୍ଷ ଭାବ ରେ ଦାୟିତ୍ୱ ତୁଲାଇ ଆସୁ ଥିଲେ ବର୍ତ୍ତମାନ ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ କାମ ସହ ବିଭିନ୍ନ ମନ୍ଦିର. ସମାଜ. ଗୋଷ୍ଠୀ କେନ୍ଦ୍ର କୁ ସରକାର ଦେଇ ଥିବା ଅନୁଦାନ ବିଷୟ କୁ ନେଇ ପ୍ରଚାର ମୋଦାନ ରେ ଥିବା ଦେଖିବାକୁ ମିଳୁଛି I ବିଜେଡିର ଟିକଟ ଦୌଡ଼ରେ ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଚନ୍ଦ୍ର ଶେଖର ମାଝୀ ରହିଥିଲେ ଏବଂବିଜେପି ର ଖଗେଶ୍ୱର ପୂଜାରୀ. ବାଲକୃଷ୍ଣ ମାଝୀ. ରୁପୁ ଭତରା ଏବଂ ସୁନାର ବେଲି ନୂଆଗାଁ ସରପଞ୍ଚ ଦେବ ମାଝୀ ରହି ଥିଲେ. କଂଗ୍ରେସ ପକ୍ଷରୁ କୋରାପୁଟ ଜ଼ିଲ୍ଲା ଆଦିବାସୀ ବିକାଶ ସଭା ପତି ନୀଳକଣ୍ଠ ପୂଜାରୀ ବରିଷ୍ଟ କଂଗ୍ରେସ ନେତା ଏ ଆଇ ସି ସି ସମ୍ପାଦକ ପ୍ରଫୁଲ୍ଲ ଭତରା ଏବଂ ନବରଙ୍ଗ ପୁ୍ର ର ବାସିନ୍ଦା ଅନାମ ଦିଆନ ଦୌଡ ରେ ଥିଲେ I ବର୍ତ୍ତମାନ ବିଜେପି ଓ ବିଜେଡି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା. ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟ ମନ୍ତ୍ରୀ ଙ୍କ ଲୋକାଭିମୁଖୀ କାର୍ଯ୍ୟ କ୍ରମକୁ ନେଇ ପ୍ରଚାର ମୈଦାନ ରେ ନେତା ଓ କର୍ମୀ ଏକଜୁଟ ହୋଇ ଲାଗି ପଡି ଥିବା ବେଳେ. ଦୀର୍ଘ ଛ ମାସ ରୁ ଉର୍ଦ୍ଧଦିନ ହେବ କୋଟପାଡ଼ କଂଗ୍ରେସ ରେ ଅସନ୍ତୋଷ ଥମିବାରେ ନା ନେଉ ନ ଥିବା ସହର ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇ ଥିବା ଜଣା ଯାଇଛି I କଂଗ୍ରେସ ସ୍ଥାନୀୟ ପ୍ରାର୍ଥି ଙ୍କୁ ଅଣ ଦେଖା କରି ବିଜୟୀ ର ସମ୍ଭାବନା ଅଛି କହି ନବରଙ୍ଗ ପୁ୍ର ବାସିନ୍ଦା ଅନାମ ଦିଆନ ଙ୍କୁ ପ୍ରାର୍ଥି କରିଥିବା ବେଳେ. ଦିଆନ ଓ ତାଙ୍କ ସମର୍ଥକ ସ୍ଥାନୀୟ ସକ୍ରିୟ କର୍ମୀ ଏବଂ ଟିକଟ ଦୌଡ଼ରେ ଥିବା ଆଶାୟୀ ଙ୍କୁ ଏକ ଜୁଟ କରିବାରେ ବିଫଳ ହୋଇ ଥିବା ବୁଦ୍ଧି ଜୀବି ମହଲରେ ପ୍ରକାଶ ପାଇଛି. (କୋରାପୁଟ ଜ଼ିଲ୍ଲା ପ୍ରତି ନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର ଓଡିଶା )