May 19, 2024

ଜିଲ୍ଲାସ୍ତରୀୟ ନିର୍ବାଚନ ଖର୍ଚ୍ଚ କମିଟି ବୈଠକ ଅନୁଷ୍ଠିତ………

Share

 

 

ନବରଙ୍ଗପୁର:ତା ୧୬/୦୪ ଆଗାମୀ ସାଧାରଣ ନିର୍ବାଚନ କୁ ଅବାଧ, ନିରପେକ୍ଷ ସ୍ଵଚ୍ଛ ଭାବରେ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା ଓ ପ୍ରସ୍ତୁତି କାର୍ଯ୍ୟ ତତ୍ପରତା ସହିତ ଆଗେଇଚାଲିଛି। ଏହି ଅବସରେ ନିର୍ବାଚନ ସମ୍ୱନ୍ଧୀୟ ଜିଲ୍ଲାସ୍ତରୀୟ ଖର୍ଚ୍ଚ କମିଟି ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚ ଆଚରଣ ବିଧି କୁ କଡାକଡି ଭାବେ ପାଳନ କରିବା ସହିତ ସାଧାରଣ ନିର୍ବାଚନ କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲ୍ଲା ସ୍ତରୀୟ, ଜିଲ୍ଲା ର ଚାରି ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ଗଠନ କରାଯାଇଥିବା ଭି ଏସ୍ ଟି,ଏସ୍ ଏସ୍ ଟି, ଏଫ୍ ଏସ୍ ଟି, ଭି ଭି ଟି, ଜୋନାଲ ମାଜିଷ୍ଟ୍ରେଟ ମାନଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଡଃ ମିଶ୍ର ସମସ୍ତ ଟିମ୍ ର ଅଧିକାରୀ ନିଜ ନିଜର ଦାୟିତ୍ଵ ସଠିକ ଭାବେ ତୁଲାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅବାଧ, ନିରପେକ୍ଷ,ସ୍ଵଚ୍ଛ ନିର୍ବାଚନ ପାଇଁ ବିଶେଷ କରି ନିର୍ବାଚନ ରେ ଲଢୁଥିବା ରାଜନୈତିକ ଦଳ, ପ୍ରାଥୀ ମାନଙ୍କ ନିର୍ବାଚନ ସମ୍ୱନ୍ଧୀୟ ଖର୍ଚ୍ଚ ଉପରେ ନଜର ରଖିବା ପାଇଁ ଗଠନ କରାଯାଇଥିବା ଏସବୁ ଟିମ୍ ତୀକ୍ଷ୍ଣ ନଜର ରଖିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଡଃ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଥାଉକି ପ୍ରାର୍ଥୀ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ୯୫ ଲକ୍ଷ ଓ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୪୦ ଲକ୍ଷ୍ୟ ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶ ରହିଛି।ପ୍ରାର୍ଥୀ ମାନେ ଏସବୁ ଖର୍ଚ୍ଚ ର ଟିକିନିଖି ହିସାବ ନିଜ ଖର୍ଚ ରେଜିଷ୍ଟର ରେ ଲିପିବଦ୍ଧ କରିବେ। ମାଷ୍ଟର ଟ୍ରେନର ପି ଏ ଆଇ ଟି ଡି ଏ, ରାଜୀବ କୁମାର ସାହୁ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ଟିମ୍ ର ଦାୟିତ୍ଵ ଓ କାର୍ଯ୍ୟ ସମ୍ପର୍କରେ ତାଲିମ୍ ପ୍ରଦାନ କରିଥିଲେ ।ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ)ମହେଶ୍ଵର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ନବୀନ ଚନ୍ଦ୍ର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ବିରଞ୍ଚି ନାରାୟଣ ଦରୱାନ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଯଦୁମଣି ନାୟକ, ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ସେକ୍ଟର ମାଜିଷ୍ଟ୍ରେଟ, ସହ ଖର୍ଚ ପର୍ଯ୍ୟବେକ୍ଷକ ପ୍ରମୁଖ ଯୋଗଦେଇ ଥିଲେ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)