ୟୁଡାଇସ ପ୍ଲୁସ ଓ ଆପାର ଆଇଡି କାର୍ଯ୍ୟ ପାଇଁ 14 ସ୍ଥାନରେ ଶିବିର ଅନୁଷ୍ଠିତ
ବୋଲଗଡ଼, (ଉପାନ୍ତ ଖବର ମାନସ ରଞ୍ଜନ କର )ତା14/05: ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ସୋନାମିକା
ରାୟଙ୍କ ନିର୍ଦ୍ଦେଶରେ ବୋଲଗଡ଼ ଗୋଷ୍ଠୀ
ଶିକ୍ଷାଧିକାରୀ ପ୍ରମୋଦ କୁମାର ସ୍ବାଇଁଙ୍କ ପରାମର୍ଶ କ୍ରମେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ 154 ଟି ସରକାରୀ ଓ ବେସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିଶୁବାଟିକା ଠାରୁ
ଯୁକ୍ତ ଦୁଇ ଶ୍ରେଣୀରେ ବର୍ତ୍ତମାନ ଅଧ୍ୟୟନ ରତ ଛାତ୍ର
ଛାତ୍ରୀମାନଙ୍କ ୟୁଡାଇସ
(ୟୁନିଫାଆଇଡ ଡିଜିଟାଲ
ଇନ୍ଫରମେସନ ଅନ ସ୍କୁଲ
ଏଜୁକେସନ) ପ୍ଲସ ଏବଂ ଆପାର
ଆଇଡି (ଅଟୋମେଟେଡ଼ ପରମାନେଣ୍ଟ ଆକାଉଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି)
ଜେନେରେସନ କାର୍ଯ୍ୟ ପାଇଁ 14 ଟି
ସାଧାନ କେନ୍ଦ୍ର ମଧ୍ୟରୁ ପ୍ରତ୍ୟେକରେ
ଗୋଟିଏ ଲେଖାଏଁ ଦୁଇଦିନିଆ ଶିବିରର ଆୟୋଜନ କରାଯାଇଛି.
ସାଧନକେନ୍ଦ୍ର ସଂଯୋଜକମାନଙ୍କ
ତତ୍ୱାବଧାନରେ ଚାଲିଥବା ଶିବିରକୁ
ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ ରେକର୍ଡ ପତ୍ର ନେଇ
ସମ୍ପୃକ୍ତ ଶିବିରରେ ପ୍ରଥମ ଦିବସରେ
ପୂର୍ବାହ୍ନ 7ଟାରେ ପହଂଚିଥିଲେ. 2025- 26 ଶିକ୍ଷାବର୍ଷରେ ସମୁଦାୟ 18662 ବିଦ୍ୟାର୍ଥୀ ଅଧ୍ୟୟନ କରୁଥିଲେ. ଗୁରୁବାର ଦିନ ପୂର୍ବରୁ
5554 ଜଣ ଓ ଗୁରୁବାର ଦିନ ଶିବିରରେ 3337 ଜଣ ବିଦ୍ୟାର୍ଥୀ ଙ୍କର ୟୁଡାଇସ ପ୍ଲସ ଅପଡେସନ ହୋଇଅଛି. ଯେଉଁ ପିଲାଙ୍କର ଆଧାର କାର୍ଡ ନ ଥିବାରୁ ବା ଭୁଲ ଆଧାରକାର୍ଡ ଯୋଗୁଁ ଆପାର ଆଇଡିକ୍ରିଏସନ ହୋଇପାରୁନାହିଁ
ବିଦ୍ୟାଳୟର ମୁଖ୍ୟ ଲିଖିତ ଆକାରରେ ଶିବିରରେ ଜଣାଇଲେ ପର ମୁହୂର୍ତ୍ତରେ ଓଡିଶା ସରକାରଙ୍କ
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
ସହାୟତାରେ ସମସ୍ୟାର ସମାଧାନ
କରାଯାଇ ଉକ୍ତ କାର୍ଯ୍ୟ ସମାପନ କରାଯିବ. ଗୋଷ୍ଠୀ ଶିକ୍ଷା ଅଧିକାରୀ
ଶ୍ରୀ ସ୍ୱାଇଁ ହରିପୁର ସ୍ଥିତ ସରକାରୀ
ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ
ଗୌର ଚନ୍ଦ୍ର ସୁବୁଦ୍ଧିଙ୍କ ସହ ସାନପଦର, ଦେଉଳି, କଡବ, ମାଣିବନ୍ଧ, ପିଚୁକୁଳି, ଆରିକମା, ସାଗରଗୁଆଁ
ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟକୁ
ଯାଇ କାର୍ଯ୍ୟ ତଦାରଖ କରିଥିଲେ,
ସିଆରସିସିମାନଙ୍କ କାର୍ଯ୍ୟରେ
ଖୁସି ବ୍ୟକ୍ତ କରିଥିଲେ ଏବଂ ଶୁକ୍ରବାର ଦିନ ନିଷ୍ଠାର ସହ ଉକ୍ତ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ. ସାଧନକେନ୍ଦ୍ର ମଣ୍ଡଳ
ସଂଯୋଜକ କୈଳାସନାଥ ସ୍ୱାଇଁ
ବାଂକୋଇ, ଅରଖପଲ୍ଲୀ,
ଟାଙ୍ଗିସାହି ଓ ଗେଡିଆପଲ୍ଲୀ ସ୍ଥିତ
ଉଚ୍ଚ ବିଦ୍ୟାଳୟରେ ଚାଲିଥିବା
କାର୍ଯ୍ୟ ସମ୍ପର୍କରେ ତଦାରଖ କରିଥିଲେ. ମଣ୍ଡଳ ଏମଆଇଏସ
(ମ୍ୟାନେଜମେଣ୍ଟ ଇନ୍ଫରମେଶନ
ସିଷ୍ଟମ) ଦାୟିତ୍ୱରେ ଥିବା କର୍ମଚାରୀ ବବ୍ରୁ ବାହନ ବେହେରା
କଳାଙ୍ଗ ଓ ବୋଲଗଡ଼ ସ୍ଥିତ ଉଚ୍ଚ ବିଦ୍ୟାଳୟକୁ ଯାଇ ଉକ୍ତ କାର୍ଯ୍ୟରେ
ସହାୟତା କରିଥିଲେ. ଶିକ୍ଷକ ଦୁର୍ଗାପ୍ରସାଦ ସୁବୁଦ୍ଧି ଓ ଗଙ୍ଗାଧର
ବେହେରା ସମ୍ପୃକ୍ତ ସିଆରସିସିଙ୍କ
କାର୍ଯ୍ୟ ତୁଲାଇଥିଲେ.
