May 15, 2026

ବୋଲଗଡ଼ ରେ ପେଟ୍ରୋଲ ଡିଜେଲ ସଙ୍କଟ, ଚୋରା ବେପାରୀ ମାଲାମାଲ 

IMG-20260515-WA0003
Share

ବୋଲଗଡ଼,୧୫/୦୫(ସୁଶାନ୍ତ କୁମାର ପ୍ରଧାନ)ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କହିବା ଅନୁଯାୟୀ ପେଟ୍ରୋଲ, ଡିଜେଲ ଖାଇବା ତେଲର ପରିମାଣ କମାଇବା ପାଇଁ ଦେଶ ବାସୀଙ୍କୁ କହିଥିବା ବେଳେ ସୁନା ଜିନିଷ ଜନସାଧାରଣ ମାନେ କିଛି ଦିନ ପାଇଁ ନାକିଣିବାପାଇଁ ଦେଶବାସୀଙ୍କୁ କହିଥିବା ବେଳେ ଏହାର ପ୍ରଭାବ ବୋଲଗଡ ଅଞ୍ଚଳରେ ଦେଖିବାକୁ ମିକିଛି l ବୋଲଗଡରେ ପେଟ୍ରୋଲ ଡିଜେଲ ନମିଳିବାରୁ ଜନସାଧାରଣମାନେ ନାହିଁ ନଥିବା ହଇରାଣ ହେଉଛନ୍ତି l ପେଟ୍ରୋଲ ପମ୍ପ ଗୁଡିକରେ ତେଲ ମିଳୁନି କି ପେଟ୍ରୋଲ ଟାଙ୍କି ଖୋଲା ହଉନି l ଏହିପରି ଦୃଶ୍ୟ ବୋଲଗଡ ଅଞ୍ଚଳରେ ଦେଖିବାକୁ ମିଳୁଛି l ବୋଲଗଡ ବ୍ଲକ ସ୍ଥିତ ରାଜସୁନାଖଳା ସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ଥିବା indian oil ଏବଂ ରାଜସୁନାଖଳା ତଳବଜାର ସ୍ଥିତ hp ପେଟ୍ରୋଲ ପମ୍ପରେ ମିଳୁନି ତେଲ l ଦୁଇଦିନ ହବ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ l ପେଟ୍ରୋଲ ପମ୍ପ ନିକଟରେ ଦଉଡି ଟାଣି ନୋ ସ୍ମୋକିଙ୍ଗ ଏରିଆ ଏବଂ ନୋ ପାର୍କିଙ୍ଗ ଏରିଆ ଲେଖିକି ବନ୍ଦ କରିଛନ୍ତି l ପେଟ୍ରୋଲ ପମ୍ପ ବନ୍ଦ ନେଇ ଅଞ୍ଚଳରେ ଚୋରା ବେପାର ବୃଦ୍ଧି ପାଇବାରେ ଲାଗିଛି l ଚୋରା ବେପାରୀ ମାନେ ଏପରିକି ଗ୍ରାମାଞ୍ଚଳରେ ଥିବା କିଛି ଦୋକାନୀ ମାନେ ପେଟ୍ରୋଲ ଲିଟର ପିଛା ୧୩୦ଟଙ୍କାରୁ ୧୫୦ ଟଙ୍କାରେ ବିକ୍ରି କରୁଥିବାର ଦେଖିବାକୁ ମିଳିଛି। ଅହେତୁକ ଦରରେ ପେଟ୍ରୋଲ କଳାବଜାରୀରେ କରି ବିକ୍ରି କରି ମାଲାମାଲ ହେଉଛନ୍ତି l ବୋଲଗଡରେ କିଛି ବେପାରୀ, ପିଚୁକୁଳିରେ କିଛି ଦୋକାନୀ, ସାଗରଗୁଆଁ ପଞ୍ଚାୟତ ଦୁର୍ଗା ବଜାର କିଛି ଦୋକାନୀ, ସାନପଦର ଗ୍ରାମପଞ୍ଚାୟତ ନିକଟରେ ଥିବା ଦୋକାନ , ଦେଉଳି ଛକ ଠାରେ ଚୋରାବେପାରୀ ମାନେ ପେଟ୍ରୋଲ ୧ଲିଟର ପିଛା୧୪୦ଟଙ୍କା ବିକ୍ରି କରି ମାଲା ମାଲ ହେଉଛନ୍ତି ଚୋରା ବେପାରୀମାନେ l ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ବେପାରୀମାନଙ୍କ କଳାବଜାରୀ ପେଟ୍ରୋଲ ବେପାରୀ କୁ ବନ୍ଦ କରିବା ସହିତ ପେଟ୍ରୋଲ ପମ୍ପ ଗୁଡିକରେ ତେଲ ମହଜୁତ କରି ଜନସାଧାରଣ ମାନଙ୍କୁ ଜଗାଇଦେବା ପାଇଁ ବୋଲଗଡ ବାସୀ ଖୋର୍ଦ୍ଧା ଜିଲ୍ଲପାଳ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଅନୁରୋଧ କରିଛନ୍ତି l