April 30, 2026

ବ୍ରହ୍ମପୁର ସଂସ୍କୃତି ଭବନ ଠାରେ

IMG-20230814-WA0002
Share

ବ୍ରହ୍ମପୁର ସଂସ୍କୃତି ଭବନ ଠାରେ
ବ୍ରହ୍ମପୁର ଟେଣ୍ଟ ଓ ସପ୍ଳୟାରସ ୱେଲଫର ଆସୋସିଏସନର ସାଧାରଣ ବୈଠକ ଓ ରକ୍ତଦାନ ଶିବିର ଅନୁଷ୍ଠିତ

ପାରଳାଖେମୁଣ୍ଡି:୧୪/୮(ଗରୁଡ଼ ଧ୍ଵଜ ଚୌଧୁରୀ)ବ୍ରହ୍ମପୁର ଟେଣ୍ଟ ଓ ସପ୍ଳୟାରସ ୱେଲଫର ଆସୋସିଏସନର ସାଧାରଣ ବୈଠକ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବ୍ରହ୍ମପୁର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଲୋକପ୍ରିୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଉପ ମେୟର ଶ୍ରୀ ଇ.ବିବେକ ରେଡ୍ଡୀ,ରାଜ୍ଯ ଯୋଜନା ବୋର୍ଡ ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଚ୍ୟାୟୁ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବାସ ମହାରଣା, ରାଜ୍ୟଆଇନଜୀବୀ ପରିଷଦ ସଦସ୍ୟ ତଥା ୱାର୍ଡ଼ ନମ୍ବର୍ ୨୯ କର୍ପୋରେଟର ଶ୍ରୀ ସଂଜିତ କୁମାର ପାଣିଗ୍ରାହୀ ଏବଂ ବହୁ ବରିଷ୍ଟ, ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପସ୍ଥିତିରେ, ସ୍ଥାନୀୟ ସଂସ୍କୃତି ଭବନ ଠାରେ “ବ୍ରହ୍ମପୁର ଟେଣ୍ଟ ମାଲିକ କଲ୍ୟାଣ ସଂଘ”ର ବାର୍ଷିକ ସାଧାରଣ ବୈଠକତଥା”ଓଡ଼ିଶା ମୋ ପରିବାର”ର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏକ ବୃହତ୍ ସ୍ବେଛାକୃତ ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସଦସ୍ୟ ମାନଙ୍କ ବ୍ୟବସାୟରେ ସଫଳତା କାମନା କରିଥିଲେ ଓ ସମାଜରେ ସେମାନଙ୍କ ସୁରକ୍ଷା ପାଇଁ,ଆଇନଅନୁଯାୟୀ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l