May 19, 2024
Share

ରାଉରକେଲା କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ……
ରାଉରକେଲା/ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମିଂ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଓ ପଞ୍ଚ ପ୍ରାଣ ପ୍ରତିଜ୍ଞା’ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ସୁଜାତା ପ୍ରଧାନଙ୍କ ମାର୍ଗଦର୍ଶନ ତଥା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସ୍ଥଳ ସେନା ଶସ୍ତ୍ର ପ୍ରଶିକ୍ଷକ ପ୍ରଭାତ କୁମାର ଜେନା ମୁଖ୍ୟ ଅତିଥି ଏବଂ ପ୍ରାକ୍ତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡଃ ସୁମନ ଦତ୍ତ ଅନ୍ୟତମ ବରେଣ୍ୟ ଅତିଥି, ଡଃ ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଦେଶ ଭକ୍ତିମୂଳକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସ୍ବେଚ୍ଛାସେବୀ ସୁଶ୍ରୀରେଖା ବେହେରା, ସନ୍ଧ୍ୟାରାଣୀ ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଜେନା ସ୍ବେଚ୍ଛାସେବୀ ମାନଙ୍କୁ ବାର୍ତ୍ତା ଦେଇ କହିଲେ ଯେ ‘ଦେଶ ପ୍ରତି ପ୍ରେମ ଭାବ ଚିରସ୍ରୋତା ନଦୀ ପରି ହେବା ଉଚିତ ଏବଂ ମାଟିର ସେବା ମାଆର ସେବା ପରି ହେବା ଉଚିତ।’ ଅନ୍ୟତମ ବରେଣ୍ୟ ଅତିଥି ଡଃ ଦତ୍ତ ‘ପୂର୍ବରୁ ଦେଶ ଫିଜିକାଲି ପରାଧୀନ ଥିଲା ଏବଂ ବର୍ତ୍ତମାନ ଦେଶ ଡିଜିଟାଲି ପରାଧୀନ ଅଛି। ଏଣୁ ସତର୍କ ଯୁବ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ବୋଲି କହିଥିଲେ। ସମ୍ମାନିତ ଅତିଥି ପ୍ରଫେସର ଜେନା ‘ମାଟି ମା’ର କୋଳ ହିଁ ବିଶ୍ଵର ସବୁଠାରୁ ସୁରକ୍ଷିତ ସ୍ଥାନ। ଏହି ମାଟି ମା’ର ସୁରକ୍ଷାରେ ପ୍ରାଣ ଉତ୍ସର୍ଗୀ ଦେଇଥିବା ବୀର ପୁରୁଷମାନେ ହିଁ ଆମର ଆରାଧ୍ୟ ଦେବ’ ବୋଲି ବାର୍ତ୍ତା ଦେଇଥିଲେ। ସ୍ବେଚ୍ଛାସେବୀ ପୂଜା କୁସୁମ ଦ୍ବାରା ଗାନ କରାଯାଇଥିବା ଦେଶପ୍ରେମ ଗୀତଟି ସମସ୍ତଙ୍କୁ ମୋହାବିଷ୍ଟ କରିଥିଲା। ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ବେଚ୍ଛାସେବୀ ମାନଙ୍କୁ ମାଟିକୁ ଛୁଆଁଇ ‘ପଞ୍ଚ ପ୍ରାଣ ପ୍ରତିଜ୍ଞା’ କରାଇଥିଲେ। ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପାଟ୍ଟଶାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଏବଂ ଅଧ୍ଯାପିକା ରଶ୍ମିପ୍ରଭା ମଥାନ ଦେଶପ୍ରେମମୂଳକ ଗୀତ ଗାଇବା ସହ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ବରେଣ୍ୟ ଅତିଥିମାନଙ୍କ ଦ୍ବାରା ପାରମ୍ପରିକ ଫଳନ୍ତି ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପିକା ବନ୍ଦନା ସୋରେଙ୍ଗ, ପ୍ରତିମା ପାଣିଗ୍ରାହୀ ଏବଂ ଅଧ୍ୟାପକ ପ୍ରଭାତ ବଳ ତଥା ସ୍ବେଛାସେବୀ ଅଜୟ ଗୌଡ, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ଅଶୋକ କିଷାନ, ଶୁଭମ୍ ଲୋହାର, ସାହିଲ ଶର୍ମା, ଐଶ୍ୱର୍ଯ୍ୟା ସାହୁ, ଚନ୍ଦା ବାରିକ, ମମତା କିଷାନ, ଲିପ୍ସା ବଳିୟାର ସିଂହ, ରାଜଲକ୍ଷ୍ମୀ ସାହୁ, ସୌଦାମିନୀ ବେହେରା, ଅଙ୍କିତା ପାତ୍ର, ମନମୋହନ ଦାଶ, ପ୍ରକାଶ ଓଝା, ଗୋପାଳକୃଷ୍ଣ ଦାଶ ପ୍ରମୁଖ ସହଯୋଗ କରିଥିଲେ।    ସସ୍ମିତା ପ୍ରଧାନ, ରାଉରକେଲା