June 18, 2024

ବୁଗୁଡ଼ାରେ ପୋଲିସର ଘନ ଘନ ଫ୍ଲାଗମାର୍ଚ୍ଚ

Share

ବୁଗୁଡ଼ା : ତା ୧୮/୦୫/୨୪ : ସାଧାରଣ ନିର୍ବାଚନ ପାଇଁ ବୁଗୁଡ଼ାରେ ଚଳିତ ମାସ ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ । ଏଥି ପାଇଁ ବୁଗୁଡ଼ା ପୋଲିସ ପକ୍ଷରୁ ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ସ୍ଥାନୀୟ ପୋଲିସ ଓ ବିଏସ୍ଏଫ୍ ବିଭିନ୍ନ ସ୍ଥାନରେ ଫ୍ଲାଗ୍ ମାର୍ଚ୍ଚ ଦେଖିବାକୁ ମିଳୁଛି । ଗଞ୍ଜାମର ଖଲିକୋଟ ଓ ପୋଲସରାରେ ସଂଗଠିତ ପ୍ରାକ୍ ନିର୍ବାଚନୀ ହିଂସାକାଣ୍ଡ ଘଟଣା ପରିପ୍ରେକ୍ଷୀରେ ଏଠାକାର ଅପରାଧୀଙ୍କ ଉପରେ କଡା ନଜର ରଖିବା , ଜନସାଧାରଣଙ୍କୁ ସୁରକ୍ଷା ଯୋଗାଇବା ସହ ଭୋଟରଙ୍କ ମଧ୍ୟରେ ଭୟ ଦୂର କରିବା ସକାଶେ ଘନ ଘନ ଫ୍ଲାଗ୍ ମାର୍ଚ୍ଚ ଚାଲିଛି । ଏଥି ସହ ରାତି ୧୦ଟା ପରେ ଅଯଥାରେ ବିଚରଣ ନକରିବାକୁ ଡାକବାଜି ଯନ୍ତ୍ର ଯୋଗେ ଜନସାଧାରଣଙ୍କୁ ସଚେତନ କରାଯାଉଛି । ନିର୍ବାଚନକୁ ଶୃଙ୍ଖଳିତ ତଥା ଅବାଧ ଓ ନିରପେକ୍ଷ କରିବାକୁ ପ୍ରଶାସନିକ ସ୍ତରରେ ଜୋରଦାର୍ ପ୍ରସ୍ତୁତି ହୋଇଥିବା ଜଣାଯାଇଛି ।