May 14, 2026

ରବୀନ୍ଦ୍ରନାଥ ଠାକୁରଙ୍କ ୧୬୪ ତମ ଜୟନ୍ତୀ ପାଳିତ……. 

IMG-20260511-WA0052
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

କବିଗୁରୁ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୪ ତମ ଜୟନ୍ତୀ ଅବସରରେ ଉମରକୋଟ ପୈରପରିଷ ଡିଏନକେ ଠାରେ ଥିବା ଜୟ ହିନ୍ଦ୍ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ବ୍ଳକ ଠାରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। କବିଗୁରୁ ରବୀନ୍ଦ୍ରନାଥ ଠାକୁର ୭ ମଇ ୧୮୬୧ ମସିହା କୋଲକାତାର ଯୋଡ଼ାସାଁକୋ ଠାକୁର ବାଡ଼ିଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ବିଶ୍ୱବିଖ୍ୟାତ କବି, ଦାର୍ଶନିକ, ଗାୟକ, ଚିତ୍ରଶିଳ୍ପୀ ଏବଂ ଶିକ୍ଷାବିତ୍ ଥିଲେ ଭାରତର ଜାତୀୟ ସଙ୍ଗୀତ “ଜନ ଗଣ ମନ” ଏବଂ ବାଂଲାଦେଶର ଜାତୀୟ ସଙ୍ଗୀତ “ଆମାର ସୋନାର ବାଂଲା” ତାଙ୍କ ଦ୍ୱାରା ରଚିତ । ଏହି କାର୍ଯ୍ୟକ୍ରମ ରେ ଶିବପଦ ମିସ୍ତ୍ରୀ ମଞ୍ଚ ପରିଚାଳନା କରିଥିବା ବେଳେ ରବୀନ୍ଦ୍ର ନାଥ ଠାକୁରଙ୍କର ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ତପନ ପାଲ ଓ ରମେନ୍ଦ୍ର ନାଥ ବିଶ୍ୱାସ, ରବୀନ୍ଦ୍ର ନାଥ ଠାକୁରଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ଖୋକନ୍ ବିଶ୍ୱାସ ଓ ଜଳଧର ରାୟ। ରବୀନ୍ଦ୍ର ନାଥ ଠାକୁରଙ୍କ କବିତା ଆବୃତ୍ତି କରିଥିଲେ । ସମସ୍ତେ ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ସମସ୍ତ ସଦସ୍ୟ ରବିନ୍ଦ୍ର ନାଥ ଠାକୁର ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାମ କାନ୍ତ ବାଇନ, ରେଖା ରାଣୀ ମଣ୍ଡଳ, ନିରୁପମା ବୈଦ୍ୟ ଓ ବନଜିଟ ମଜୁମଦାର ପ୍ରମୁଖ ଓ ସଂଘ ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ପରିଶେଷରେ ରାମେନ୍ଦ୍ର ନାଥ ବିଶ୍ୱାସ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ଜାତୀୟ ସଙ୍ଗୀତ ଗାନ କରି ସଭା ସମାପ୍ତି କରିଥିଲେ ସୁନିଲ କିର୍ତ୍ତନୀୟା ।