May 14, 2026

ସ୍ୱର୍ଗତ ନୈସେନା ଅଧିକାରୀ ଙ୍କ ଶୋକ ସଭା ଅନୁଷ୍ଠିତ…….

IMG-20260511-WA0053
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ସ୍ୱର୍ଗତ ନୈସେନା ଅଧିକାରୀ ଙ୍କ ବିୟୋଗରେ ଉମରକୋଟ ଉତ୍କଳ କଳା ସଂସଦ ପକ୍ଷରୁ ଆଜି ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍କଳ କଳା ସଂସଦ କ୍ଳବ୍ ଠାରେ ଅନୁଷ୍ଠିତ ଶୋକ ସଭାରେ ଉତ୍କଳ କଳା ସଂସଦ ର ସଭାପତି ବିପିନ କୁମାର ମାଝୀ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅମରଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏବଂ ଫୋଟ ଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ କରି ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ନୈସେନା ଅଧିକାରୀ ସ୍ୱର୍ଗତ ଜି ଗୋଲ୍ଡ ସ୍ବିଥ୍ ଙ୍କ ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ ନିଜନିଜ ମତ ବକ୍ତବ୍ୟ ରଖିଥିଲେ । ଶେଷରେ ବିପିନ କୁମାର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ସର୍ବସମୋତିକ୍ରମେ ଜୁନ ୫ ତାରିଖରେ ନୈସେନା ଅଧିକାରୀ ଙ୍କ ସୃତିରେ ଏକ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କରିବାର ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ କାଉନସିଲର ଅକ୍ଷୟ କୁମାର ସାହୁ, ପୂର୍ବତନ କ୍ଳବ ସଭାପତି ତପନ କୁମାର ଦାସ, ଆଇନଜୀବୀ ନାରାୟଣ ସାହୁ, କ୍ଳବ କୋଷାଧ୍ୟକ୍ଷ ନକୁଳ ଚାନ୍ଦ, କୁନା ସାହୁ, ରାମ ପ୍ରସାଦ ତୁରୁକ , କ୍ଳବ ଉପସଭାପତି ସୁନିଲ କୁମାର ଜେନା , ପ୍ରଦିପ କୁମାର ନାୟକ , ହିମାଂଶୁ ବିଶ୍ଵାଳ, ସୁଧାଂଶୁ ବିଶ୍ଵାଳ, ସତ୍ୟନାରାୟଣ ଦାସ, ପବନ ଝା , ରବିନ୍ଦ୍ର ବ୍ରହ୍ମା , ଲିଖନ ଦାସ, ଅଂଶୁମାନ ପାତ୍ର , କାଳିଆ , ଦୀପକ ସରକାର, ପ୍ରମୁଖ ସଦସ୍ୟ ଉପସ୍ଥିତ ରହିଥିଲେ।