August 29, 2026

ଉମରକୋଟ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକାରିଣୀ ଗଠନ, ମେଡିକାଲ୍ କଲେଜ୍ ସ୍ଥାପନା ଦାବି ଜୋରଦାର…….

IMG-20260209-WA0009
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସାମ୍ବାଦିକ ସଂଘର ନୂତନ କାର୍ଯ୍ୟକାରିଣୀ ଗଠିତ ହୋଇଛି। ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ସଭାପତି, ମନୋହର ମହାନ୍ତି ଉପସଭାପତି ଓ ସଂପାଦକ ପ୍ରମୋଦରଥ ଭାବେ ନିର୍ବାଚିତ ହୋଇ ଥିବା ବେଳେ ଦେବୀ ପ୍ରସାଦ ବେହେରା ସହ ସଂପାଦକ, ସନ୍ତୋଷ କୁମାର ଦଳେଇ କୋଷାଧ୍ୟକ୍ଷ, ନିଗମ କୁମାର ସାହୁ ସହ କୋଷାଧ୍ୟକ୍ଷ, ଆଇନ ପରାମର୍ଶ ଦାତା ଅଶୋକ ଶତପଥୀ ଓ ରାମ ନାୟକ, କାର୍ଯ୍ୟକାରୀ ସଦସ୍ୟ ଭାବେ ଶ୍ରୀନିବାସ ରାଓ, ବିଶ୍ୱଜିତ୍ ମଲ୍ଲିକ,ସୁଶିଲ ପରିଛା ମୋନୋନିତ ହୋଇଥିଲେ। ଏହି ନୂତନ କମିଟି ଗଠନ ମାଧ୍ୟମରେ ସଂଘ ସ୍ଥାନୀୟ ସମସ୍ୟାଗୁଡିକୁ ଉଠାଇବା ସହିତ ଦାୟିତ୍ୱଶୀଳ ସାମ୍ବାଦିକତାକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି। ଏହି ଅବସରରେ ସଭାପତି ଶ୍ରୀ ସାହୁ ସଦସ୍ୟମାନଙ୍କୁ ଏକତାବଦ୍ଧ ରହି ସ୍ଥାନୀୟ ଲୋକଙ୍କର ପ୍ରକୃତ ସମସ୍ୟାଗୁଡିକୁ ପ୍ରମୁଖତାର ସହ ଉଠାଇବାକୁ ଆହ୍ୱାନ କରିଥିଲେ। ସେ କହିଥିଲେ, ଶକ୍ତିଶାଳୀ ଓ ପ୍ରତିବଦ୍ଧ ସାମ୍ବାଦିକ ସଂଘ ପ୍ରଶାସନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସେତୁ ସୃଷ୍ଟି କରି ପ୍ରମୁଖ ସମସ୍ୟାମାନଙ୍କୁ ଶୀଘ୍ର ସମାଧାନ ଦିଗରେ ନେଇଯାଇପାରିବ। ସେ ଉମରକୋଟରେ ଏକ ମେଡିକାଲ୍ କଲେଜ୍ ସ୍ଥାପନା ପାଇଁ ଜୋରଦାର ଦାବି ଉଠାଇଥିଲେ। ଜିଲ୍ଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଉମରକୋଟ ପାଖପାଖି ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ମତ ପ୍ରକାଶ କରିଥିଲେ। ଏପରି ଏକ ସଂସ୍ଥା ସ୍ଥାପିତ ହେଲେ ଚିକିତ୍ସା ସୁବିଧା ସହିତ ଶିକ୍ଷା ଓ ଅଞ୍ଚଳୀୟ ଉନ୍ନତିରେ ମଧ୍ୟ ଗତି ଆସିବ ବୋଲି ସେ କହିଥିଲେ। ସଭାରେ ଉପସ୍ଥିତ ସଦସ୍ୟମାନେ ଆଶା ବ୍ୟକ୍ତ କରିଥିଲେ ଯେ ନୂତନ କାର୍ଯ୍ୟକାରିଣୀ ସାର୍ବଜନୀନ ହିତରେ ସକ୍ରିୟ ଭୂମିକା ନେବା ସହିତ ନୈତିକ ସାମ୍ବାଦିକତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖି ଉମରକୋଟର ସମଗ୍ର ଉନ୍ନତି ପାଇଁ କାମ କରିବ।