August 28, 2026

ଶ୍ରାବଣ ପୂର୍ଣ୍ଣିମାର ମହାର୍ଘ୍ୟ ବେଳାରେ ରୁଦ୍ରାଭିଷେକ 

IMG-20260828-WA0090
Share

 

ପଦ୍ମପୁର ୨୮/୮ (ଜୟନ୍ତ କୁମାର ସେଠ) ପଦ୍ମପୁର ଉପଖଣ୍ଡ କଣ୍ଠେଶ୍ଵରପୁର ନୀଳକଣ୍ଠେଶ୍ଵର ଶିବ ମନ୍ଦିର ଠାରେ ଆଜି ପୂର୍ଣ୍ଣମୀ ତିଥିରେ ରୁଦ୍ରାଭିଷେକ ପୂଜା ହୋଇଯାଇଛି। ଶ୍ରୀ ଦେବେନ୍ଦ୍ର ପଧାନ ଓ ତାଙ୍କ ସହଧର୍ମିଣୀ ଦୀପିକା ପଧାନ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହି ଅବସରରେ ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଡ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ବିଧିବିଧାନ ଅନୁଯାୟୀ ବ୍ରାହଣ ବରନ, ସୂର୍ଯ୍ୟପୂଜା, ପ୍ରକୃତି ପୂଜା, ଗୋପୂଜା, ମାତୃପୂଜା, ଗୁରୁପୂଜା, ହୋଇଥିଲା । ମହାମୃତ୍ୟୁଞ୍ଜୟ ଜପ ଓ ରୁଦ୍ରାଭିଷେକ ପୂଜା ସଂପନ୍ନ ହୋଇଥିଲା । ବିହିତ ପୂଜା, ହୋମ ଜପ କରିଥିଲେ । ମନ୍ଦିରର ପୂଜାହାରୀ ଶ୍ରୀ ମିତ୍ରଭାନୁ ପୁରୀ ଓ ମନ୍ଦିର ର ଅନ୍ୟ ସହଯୋଗୀ ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ। ଦେବେନ୍ଦ୍ର ଙ୍କ ବାପା ମା ଓ ଭାଇ ରବୀନ୍ଦ୍ର, ସୁରେନ୍ଦ୍ର,ଗଜିନ୍ଦ୍ର ଭଉଣୀ, ପୁଅ ଝିଅ ତଥା ତାଙ୍କର ସାଙ୍ଗ ସାଥି ମାନେ ରୁଦ୍ରାଭିଷେକ ପୂଜା ଦର୍ଶନ ସହିତ ଆଶୀର୍ବାଚନ ଲାଭ କରିଥିଲେ । ପରିଶେଷରେ ଉପସ୍ଥିତ ସମସ୍ତ ଭକ୍ତମାନଙ୍କୁ ଅନ୍ନଭୋଗ ପ୍ରସାଦ ଦିଆଯାଇଥିଲା ।