August 28, 2026

ମହୁଲପାଲି ଠାରେ ୨୫ତମ ଅଙ୍ଗ ଆଳତୀ ସମ୍ପନ୍ନ 

IMG-20260828-WA0088
Share

 

 

ପଦମପୁର -୨୮/୮(ଜୟନ୍ତ କୁମାର ସେଠ) ଭାରରତୀୟ ସଂସ୍କୃତି ପରମ୍ପରାରେ କେଉଁ ଅନାଦିକାଳରୁ ପ୍ରକୃତି, ନଦନଦୀ, ବୃକ୍ଷଳତାକୁ ଉପାସନା କରିବାର ଧାରା ରହି ଆସିଛି । ପଦ୍ମପୁରର ଜୀବନ ଧାରା ବୋଲାଉଥିବା ଅଙ୍ଗ ନଦୀରେ ତା.୨୮.୦୮.୨୦୨୬ ଶୁକ୍ରବାର ଶ୍ରାବଣ ପୂର୍ଣିମା ଅବସରରେ ସନ୍ଧ୍ୟା ୬ ଘଣ୍ଟା ସମୟରେ ଐତିହାସିକ ୨୫ତମ ଅଙ୍ଗ ଆଳତୀ କରାଯାଇଅଛି ।  ଦିବ୍ୟଜ୍ୟୋତି ନୃସିଂହ ପଞ୍ଜିକାର ଗଣନାକାର ପଣ୍ଡିତ ଶ୍ରୀ ଆଶୁତୋଷ ପାଣିଗ୍ରାହୀ ଜ୍ୟୋତିଷ ପ୍ରବୀଣଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ମହୁଲପାଲି ସ୍ଥିତ ଶିବ ମନ୍ଦିର ଘାଟରେ ଅଙ୍ଗ ଆଳତୀ ଅନୁଷ୍ଠିତ ହୋଇଛି । ମୁଖ୍ୟ କର୍ତ୍ତା ଭାବରେ ଶ୍ରୀ ଉତ୍ତମ ରଣା ସହଧର୍ମିଣୀ ସୀମା ରଣା କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ପଞ୍ଚ ଦେବତା ପୁଜା ପରେ ପ୍ରକୃତିର ସମସ୍ତ ଦେବତାଙ୍କୁ ହୋମ କରାଯାଇଥିଲା । ଏହି ଆଳତୀ ସମୟରେ ଘଣ୍ଟ,ଶଙ୍ଖ ଓ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ମନ୍ତ୍ରପାଠ ସମଗ୍ର ପରିବେଶକୁ ମୁଖରୀତ କରିଥିଲା । ପଣ୍ଡିତ ଅମିତ ମିଶ୍ର, ଡୋଲାମଣି ଦାଶ, ଲିଂକୁ ମିଶ୍ର, ଦୀପକ ଭୋଇ, ଦୁଷ୍ମନ୍ତ ସାହୁ, ଦେବାଧି ମେହେର, ପୂର୍ଣ୍ଣ ଚନ୍ଦ୍ର ମେହେର, ଅନାଦି ସାହୁ, ତୁଳରାମ ସାହୁ, ଜଗବନ୍ଧୁ ବଡଗୁଛିଆ, ସଚ୍ଚିଦାନନ୍ଦ ମଗର, ଅକ୍ଷୟ ଦାଶ, ଆନନ୍ଦ ଭୋଇ, ପ୍ରତାପ ନାଥ, ଅନିଲ ପଣ୍ଡା, ରବି ମହାନ୍ତି ବାବୁଲ ପଣ୍ଡା, ଭବାନୀ ଶଙ୍କର ମହାପାତ୍ର, ସନ୍ତୋଷ ସାହୁ, ଶୈଳେଶ ପାଣିଗ୍ରାହୀ, ପ୍ରଦୀପ ସାହୁ, ନାରାୟଣ ପଣ୍ଡା, ସନ୍ତୋଷ କୁମାର ପଣ୍ଡା, ମନ ବାଗ, ଟୁନା ସାହୁ, ପ୍ରଶାନ୍ତ ରଣା, ବାବୁଲାଲ ସାହୁ ଓ ମହୁଲପାଲି ଗ୍ରାମର ମାତୃ ମଣ୍ଡଲି ଉପସ୍ଥିତ ରହି ଆଳତୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ପରିଶେଷରେ ଭକ୍ତ ମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ।