ବେଗୁନିଆ ଦୁର୍ଗାପୂଜା ପତିଆରେ ରକ୍ଷାବନ୍ଧନ ଉପଲକ୍ଷେ ଗହ୍ମା ଡିଆଁ ପ୍ରତି ଯୋଗିତା

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୂରା ତନ ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ଯ ଖୋରଧା ଜିଲ୍ଲା ବେଗୁନିଆ ଦୁର୍ଗାପୂଜା ପଡିଆରେ ଆପରାହ୍ନ ଗହ୍ମା ଡିଆଁ ପ୍ରତିଯୋଗିତା ଧୂମ ଧାମ ରେଏହି ଗହ୍ମା ଡିଆଁଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି ମୁଖ୍ୟଅତିଥି ଭାବରେ ବେଗୁନିଆ ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିଆରସିଂହ, ସମାଜସେବି ଶିଶିର କୁମାର ଛୁଆଳସିଂହ, ସୁକାନ୍ତ କୁମାର ପରିଡା ଯୋଗଦେଇଥିଲେ ଏହି ଗହ୍ମା ଡିଆଁ ପ୍ରତିଯୋଗିତାରେ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଛୋଟ ପିଲା ଓ ଯୁବକମାନେ ଅଂଶଗ୍ରହଣ କରିଥିଲେ ଖୁଣ୍ଟ ଓ ଦଉଡି ସାହାଯ୍ୟରେ ମୂଲ୍ୟବାନ ଜିନିଷ ପତ୍ର ବନ୍ଧାହୋଇଥିଲା ଛୋଟ ପିଲା ଓ ଯୁବକମାନେ ଦୌଡି ଲମ୍ବା ଡିଆଁମାରି ଲଗାଯାଇଥିବା ଜିନିଷପତ୍ରକୁ ହାତ ଲଗାନ୍ତି ସେହି ଜିନିଷକୁ ସେ ପୁରଷ୍କାର ରୂପେ ପାଇଥାନ୍ତି ପ୍ରତିଯୋଗିତା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଲୋକ ଆସି ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିଥାନ୍ତି ଏହି କାର୍ଯ କର୍ମକୁ ପାର୍ଥସାରଥି ପଟ୍ଟନାୟକ, ବୁଲା, ବିଶ୍ଵଜିତ ବଳିଆରସିଂହ,ତପନ ପାଳଟା ସିଂହ, ରାଜା, ବଣ୍ଟି, ଦିପକ କୁମାର ଜେନା, ଗଙ୍ଗା, ମୋହନ, ଟିକି, ସିପୁ, ବିଜୁ, ଉମେସ, କାବୁ, ଝୁଲୁ,ଟୁଲିଆ, ରମେଶ,ଭାଗି ମେଳଛ, ଶୁକୁଟା, ରାଜା ଉପସ୍ତିତ ରହି ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିବାରୁ ସଂପାଦକ ଲୋକନାଥ ବେହେରା ଦର୍ଶକଓ କମିଟି ଭାଇ ମାନଙ୍କୁ ଧନ୍ୟ ବାଦ ଦେଇଥିଲେ
