ନବରଙ୍ଗପୁର ବେସରକାରୀ ବିଦ୍ୟାଳୟ ସମୂହର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ………

ଉମରକୋଟ:-(ଏମ.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ବେସରକାରୀ ବିଦ୍ୟାଳୟଗୁଡ଼ିକର ସମଗ୍ର ଶିକ୍ଷା ଗୁଣାତ୍ମକ , ପାଠ୍ୟକ୍ରମ।, ଛାତ୍ର ସୁରକ୍ଷା ଓ ଶୁଳ୍କ ନିୟମାବଳୀ ବିଷୟ କେନ୍ଦ୍ରିତ ଏକ ଜିଲ୍ଲା ସ୍ତରୀୟ ବୈଠକ ଉମରକୋଟ ସ୍ଥିତ ହୋଟେଲ ଏସ୍ ପି ରୋୟାଲ ଠାରେ ଆୟୋଜିତ ହୋଇଥିଲା। ଏହି ବୈଠକରେ ୩୦ ରୁ ଉର୍ଦ୍ଧ୍ବ ବେସରକାରୀ ବିଦ୍ୟାଳୟର ପ୍ରତିନିଧି ଓ ପରିଚାଳନା ନିର୍ଦ୍ଦେଶକ ଅଂଶଗ୍ରହଣ କରିଥିଲେ। ବୈଠକରେ ଜିଲ୍ଲାରେ ନୂଆ ଶିକ୍ଷାନୀତି ପାଳନରେ ହେଉଥିବା ଅଗ୍ରଗତି ବିଷୟରେ ଆଲୋଚନା ହୋଇଥିଲା। ଛାତ୍ର ଛାତ୍ରୀ ମାନଙ୍କ ହିତକୁ ପ୍ରଥମ ପ୍ରାଥମିକତା ଦେବା ପାଇଁ ମତପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲା ରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁନିଶ୍ଚିତ କରିବା ପାଇଁ ସମସ୍ତ ବେସରକାରୀ ସ୍କୁଲ ଏକ ମଞ୍ଚରେ ଆସି ନୂଆ ମାନଦଣ୍ଡ ନିର୍ମାଣ କରିବା ଆବଶ୍ୟକ ବୋଲି ମତାମତ ଦେଇଥିଲେ। ଏଥିରେ ଶିକ୍ଷା ଅଧିକାର (RTE) ଆଇନ ଅନୁସାରେ ସରକାରଙ୍କ ନିକଟରେ ବକେୟା ରହିଥିବା ଅର୍ଥ କିପରି ଆଦାୟ ହେବ, ତାହା ଉପରେ ଏକ ବିଶେଷ ଆଲୋଚନା ହୋଇ ଥିଲା। ବେସରକାରୀ ସ୍କୁଲ ପ୍ରତିନିଧିମାନେ ଜଣାଇଥିଲେ ଯେ ବର୍ଷକୁ ବର୍ଷ RTE ଅନୁସାରେ ନିଶୁଳ୍କ ଭର୍ତି ଦେଉଥିବାସତ୍ତ୍ୱେ ସରକାର ପକ୍ଷରୁ ପ୍ରତିପୂରଣ ଅର୍ଥ ମିଳୁନଥିବାରୁ ବହୁ ସ୍କୁଲ ଅର୍ଥନୈତିକ ଚାପ ଭୋଗୁଛନ୍ତି । ଏଥି ସହିତ ବେସରକାରୀ ବିଦ୍ୟାଳୟ ଗୁଡିକର ବିଭିନ୍ନ ସମସ୍ଯା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା।ବୈଠକ ଶେଷରେ ଅନୁଶାସନ, ଗୁଣାତ୍ମକ ଶିକ୍ଷା ଓ ସ୍କୁଲ ପରିଚାଳନାର ପାରଦର୍ଶୀତା ସୁନିଶ୍ଚିତ କରିବାକୁ ଏକ କମିଟି ଗଠନ ହୋଇଛି। ଏଥିରେ ସଭାପତି ଭାବେ କାମାକ୍ଷା ପ୍ରସାଦ ଶତପଥୀ ଙ୍କୁ ମନୋନୀତ କରାଯାଇଥିଲା ବେଳେ ଉପସଭାପତି ଭାବେ କାର୍ତ୍ତିକ ମଲ୍ଲିକ, ସମ୍ପାଦକ ଭାବେ ଶ୍ରୀମତୀ ସ୍ଵର୍ଣ୍ଣଲତା ପଟ୍ଟନାୟକ, ସହ ସମ୍ପାଦକ ଭାବେ ରାକେଶ ପଟ୍ଟନାୟକ, କୋଷାଧକ୍ଷ ଭାବେ ମନୋଜ କୁମାର ଚୌଧୁରୀ ଓ ଆଇନ ପରାମର୍ଶଦାତା ଭାବେ ସତ୍ୟବ୍ରତ ସାମଲ ଙ୍କୁ ମନୋନୀତ କରାଯାଇଛି।
