October 13, 2026

ସରସ୍ବତୀ ଶିଶୁମନ୍ଦିର ଚଡ଼ାଇ ପଙ୍କ ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ 

IMG-20260827-WA0079
Share

ଉଲୁଣ୍ଡା, ୨୭/୮ସୁବର୍ଣ୍ଣପୁର ଜିଲ୍ଲାଉଲୁଣ୍ଡା ବ୍ଲକ ଚଡେଇ ପଙ୍କସରସ୍ୱତୀ ଶିଶୁମନ୍ଦିର ଠାରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳନ କରିବା ସହିତ ଭଗବାନ ବଳରାମ ଙ୍କ ଜୟନ୍ତୀ ଓ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଜ୍ଞାନଦୀପ ପୂର୍ବକ ଦୀପ ପ୍ରଜ୍ଵଳନ କରିଥିଲେ। ଶ୍ରୀଯୁକ୍ତ ଜଗତ ପତି ଦେହୁରୀ, ମହୋଦୟ ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଆଦିତ୍ୟ ରଞ୍ଜନ ବ୍ରହ୍ମଚାରୀ କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ। ବିଦ୍ୟାଳୟ ର ପ୍ରଧାନଚାର୍ଯ୍ୟ ଶ୍ରୀଯୁକ୍ତ ସଂଜୀବ କୁମାର ପୁରୋହିତ, ଅତିଥି ପରିଚୟ କରିଥିଲେ। ବିଦ୍ୟାଳୟର ଗୁରୁମା ଶ୍ରୀମତୀ ସୀତା ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଗୁରୁଜୀ ଶ୍ରୀଯୁକ୍ତ ଆଲୋକ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନେ ପରସ୍ପର ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।

You may have missed