October 13, 2026

ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ

IMG-20260827-WA0080
Share

 

 

ତାଳଚେର: ଅନୁଗୋଳ ବନଖଣ୍ଡ ପକ୍ଷରୁ ଆହତ ଏକ ବ୍ଲାକ୍ କାଇଟ୍‌କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଛି। ଡାହାଣ ପକ୍ଷରେ ଆଘାତ ଲାଗିଥିବା ଅବସ୍ଥାରେ ପକ୍ଷୀଟିକୁ ତାଳଚେର ରେଞ୍ଜ ଅଫିସକୁ ଅଣାଯାଇଥିଲା।

 

ପକ୍ଷୀଟି ରେଞ୍ଜ ଅଫିସରେ ପହଞ୍ଚିବା ପରେ MVU ଟିମ୍ ପକ୍ଷରୁ ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଯାଞ୍ଚ ପରେ ଆବଶ୍ୟକ ଚିକିତ୍ସା ସହ ଉପଯୁକ୍ତ ଯତ୍ନ ନିଆଯାଇଛି। ବର୍ତ୍ତମାନ ପକ୍ଷୀଟିକୁ ବିଶେଷ ନିରୀକ୍ଷଣରେ ରଖାଯାଇ ତାହାର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଉଛି।

 

ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ବ୍ଲାକ୍ କାଇଟ୍‌ଟିକୁ ତାହାର ପ୍ରାକୃତିକ ଆବାସକୁ ସୁରକ୍ଷିତ ଭାବେ ଛାଡ଼ିବା ପାଇଁ ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।

 

ବନ୍ୟପ୍ରାଣୀ ଓ ପକ୍ଷୀଙ୍କ ଉଦ୍ଧାର, ଚିକିତ୍ସା ଏବଂ ପୁନର୍ବାସ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ସେମାନଙ୍କୁ ସୁସ୍ଥ କରି ପ୍ରକୃତିକୁ ଫେରାଇବା ଦିଗରେ ଅନୁଗୋଳ ବନଖଣ୍ଡର ଏହି ପଦକ୍ଷେପ ପ୍ରଶଂସନୀୟ।

You may have missed