ଉମରକୋଟ ସଂଗ୍ରାମ ମଂଚ ର ବନ୍ଦ ଡାକରା ୧୦ ରେ ଉମରକୋଟ, ରାଇଘର, ଝରିଗାଁ ଓ ଚନ୍ଦହାଣ୍ଡି ବ୍ଲକ ବନ୍ଦ…….
ଉମରକୋଟ :- (ଏମ୍.ଦୀନା°ଶୁ ଆଚାରୀ) ଆସନ୍ତା ଫେବୃଆରୀ ୧୦ ତାରିଖରେ ନବରଙ୍ଗପୁର ଜିଲ୍ଲା ର ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ରେ ଆସୁଥିବା ଉମରକୋଟ , ରାଇଘର, ଝରିଗାଁ ଓ ଚନ୍ଦ।ହାଣ୍ଡି ବ୍ଲକ ବନ୍ଦ ଡାକରା ଦେଇଛି ଉମରକୋଟ ସଂଗ୍ରାମ ମଞ୍ଚ।, ଉମରକୋଟ ରେ ଭୁବନ୍ଦୋବସ୍ତ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା , ଏହି ୪ ଟି ବ୍ଲକରେ ଧାନ ଓ ମକା ର ଅଭାବ ବିକ୍ରୀ ଧାନ ମଣ୍ଡି ସମସ୍ୟା ସମସ୍ୟା ସମାଧାନରେ ରାଜ୍ୟ ସରକାର ବିଫଳ ହେଉଛନ୍ତି ଓ ଏହାର ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଆଜି ଉମରକୋଟ ର।ଜ ମିସ୍ତ୍ରୀ ସଂଘ୍ କାର୍ଯ୍ୟାଳୟ ଠାରେ ଉମରକୋଟ ସଂଗ୍ରାମ ମଞ୍ଚ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ର ଆୟୋଜନ କରି ଏହି ସୂଚନା ପ୍ରଦାନ କରାଯାଇଛି।ସରକାରୀ ଅବହେଳା ଓ ଦୀର୍ଘ ଦିନର ଦାବି ପୂରଣ ନ ହେବାରୁ ଏବେ ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’। ୧୦ ତାରିଖ ଦିନ ଏହି ୪ ଟି ବ୍ଲକରେ ସମ୍ପୂର୍ଣ୍ଣ ‘ଅଖ ଚକ ବନ୍ଦ’ ରହିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ମଂଚ ଘଷାନ କରିଛି। ୧୯୫୬ ମସିହା ପରଠାରୁ ଉମରକୋଟ ଅଞ୍ଚଳରେ ବନ୍ଦୋବସ୍ତ ହେଇ ନାହିଁ ଫଳରେ ୭ ଦଶନ୍ଧି ପରେ ବି ଲୋକେ ନିଜ ଜମିର ପଟା ପାଇବାରୁ ବଞ୍ଚିତ, ଜମିବାଡ଼ି କାରବାରଠୁ ଆରମ୍ଭ କରି ସରକାରୀ ସୁବିଧା ପାଇବାରେ ସୃଷ୍ଟି ହେଉଛି ହେଉଛି ବୋଲି ମଂଚ କହିଛି। ଉମରକୋଟ କୁ ସବ୍-ଡିଭିଜନ ମାନ୍ୟତା ଦିଆ ହୋଇଛି କିନ୍ତୁ ସରକାରୀ ଅଧିକାରୀ ନିଯୁକ୍ତି ହୋଇନାହିଁ, ପ୍ରସ୍ତାବିତ ମେଡିକାଲ କଲେଜକୁ ଉମରକୋଟ ଠାରେ ସ୍ଥାପନ ପାଇଁ ଦାବି କରାଯାଇଛି। ବିଶେଷ କରି ମକା ଚାଷୀଙ୍କ ପାଇଁ କୌଣସି ସୁବିଧା ନଥିବା ବେଳେ, ଅଞ୍ଚଳରେ ଏକ ‘ମକା ପ୍ରକ୍ରିୟାକରଣ ୟୁନିଟ୍’ ପ୍ରତିଷ୍ଠା ପାଇଁ ସଂଗ୍ରାମ ମଞ୍ଚ ଦାବି କରିଛି। ତେବେ ଏହି ୪ ବ୍ଲକର ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦିଆଯାଇଥିବା ସଂଗ୍ରାମ ମଞ୍ଚ ର ବନ୍ଦ ଡାକରାକୁ କଂଗ୍ରେସ ଦଳ ସମର୍ଥନ କରିଛି। ଏହି ସାମ୍ବାଦିକ ସମ୍ମିଳନୀ ରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କୃଷକ ସେଲ ସଭାପତି ସନର।ଜ ଗଣ୍ଡ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବାବୁଲ ପଟ୍ଟନାୟକ,ଇଶ। ଲାଠିଆ,ସୁରେନ୍ଦ୍ର ନାୟକ, ପର୍ଶୁ ନାୟକ, ରମେଶ କୁର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।
