ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବଚସା।ସ୍ୱାମୀଙ୍କ ସନ୍ଦେହ ଜନକ ମୃତ୍ୟୁ

IMG-20260209-WA0004
Share

 

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା,ଜୟପାଟଣା ଥାନା ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମରେ ଗତକାଲି ସଂଧ୍ୟାରେ ଏକ ଅପ୍ରୀତିକର ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଜୟପାଟଣା ଥାନା ଅନ୍ତର୍ଗତ ବାଞ୍ଜିବାହାଲ ଗ୍ରାମର ହେମନ୍ତ ମାଝୀ ଓ ତାଙ୍କ ସ୍ତ୍ରୀ ଜେମା ମାଝୀ,ତାଙ୍କ ଚାଷ ଜମିକୁ ଯାଇଥିଲେ। କିନ୍ତୁ ସଂଧ୍ୟା ସମୟରେ କିଛି ସ୍ଥାନୀୟ ବାସିନ୍ଦା ହେମନ୍ତ ମାଝୀଙ୍କୁ ତାଙ୍କ ଚାଷ ଜମିରେ ବେହୋସ ପଡ଼ିଥିବା ଦେଖି, ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ହେମନ୍ତ ମାଝୀଙ୍କୁ ମୃତ ଘୋଷଣା କରିଥିଲେ ଏବଂ ପ୍ରାଥମିକ ପରୀକ୍ଷା କରି କୀଟନାଶକ ଔଷଧ ଖାଇଥିବା ନେଇ ପ୍ରକାଶ କରିଥିଲେ। ଏନେଇ ଜୟପାଟଣା ଥାନାକୁ ଏତାଲା କରାଯାଇଥିଲା। ଏହାପରେ ପୋଲିସ ଏହି ଘଟଣାକୁ ନେଇ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ’, ଚାଷଜମିରେ ଦୁଇ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା ଏବଂ ଏହାପରେ ହେମନ୍ତଙ୍କ ସ୍ତ୍ରୀ ଜେମା ମାଝୀ ସେଠାରୁ ଚାଲିଆସିଥିଲେ। କିନ୍ତୁ ସାମାନ୍ୟ ବଚସାକୁ ନେଇ ଜଣେ ବ୍ୟକ୍ତି ବିଷ ପିଇ ଆତ୍ମହତ୍ୟା କରିବା ନେଇ ପୋଲିସକୁ ସନ୍ଦେହ ଜନକ ଲାଗିଥିଲା। ତେଣୁ ପୋଲିସ ଏହି ଘଟଣାକୁ ନେଇ ଏକ ମାମଲା କରି ଅଧିକ ତଦନ୍ତ ପାଇଁ ମୃତ ଦେହକୁ ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ, ଆଜି ଶବ ବ୍ୟବଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାଅପଡିବ ବୋଲି ଜଣାପଡିଛି