ସାମ୍ବାଦିକଙ୍କ କଳା ବ୍ୟାଜ ପରିଧାନ, ରାଜ୍ୟ ସରକାରଙ୍କୁ ଚେତାବନୀ

IMG-20260501-WA0046
Share

 

ମୋହନା, ୧/୪:- ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ଉପସଭାପତି ପଞ୍ଚାନନ ଦାଶଙ୍କ ନେତୃତ୍ୱରେ ମୋହନା ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ମନ୍ମଥ ମିଶ୍ର, ଜିତେନ୍ଦ୍ର କୁମାର ବେହେରା,ପିଣ୍ଟୁ ପ୍ରଧାନ, ମୋଜେସ ରଇତ, ବିମଳ ମଳିକ, ଧୀରେନ ନାୟକ, ମୋହନ ଗୌଡ଼, ଲକ୍ଷ୍ମୀନାରାୟଣ ଆଚାର୍ଯ୍ୟ, ଚନ୍ଦନ ପଟ୍ଟନାୟକ ପ୍ରମୂଖ ମିଳିତ ଭାବେ ବିଭିନ୍ନ ଦାବି ପୂରଣକୁ ନେଇ କଳା ବ୍ୟାଜ ପରିଧାନ କରି ରାଜ୍ୟ ସରକାରଙ୍କୁ ନିଜର ପ୍ରତିବାଦ ଜଣାଇଁଛନ୍ତି । ମୋହନାର ବହୁ ସାମ୍ବାଦିକ ସ୍ଥାନୀୟ ଡାକ ବଙ୍ଗଳା ଠାରେ ଏକତ୍ରିତ ହୋଇ କଳା ବ୍ୟାଜ ପରିଧାନ କରି ସାମ୍ବାଦିକଙ୍କ ବିଭିନ୍ନ ଦାବି ଯଥା ଓଡ଼ିଶାରେ ପ୍ରେସ ଏକାଡ଼େମି ଗଠନ, ସାମ୍ବାଦିକଙ୍କ ସୁରକ୍ଷା ଆଇନ ପ୍ରଣୟନ,ପେନସନ ପ୍ରଦାନ, ସ୍ୱାସ୍ଥ୍ୟ ବୀମା ଯୋଜନା ସଂପ୍ରସାରଣ, ବ୍ୟାପକ ଅଧିସ୍ୱୀକୃତି ପ୍ରଦାନ, ଅନୁକମ୍ପା ରାଶି ୧୦ ଲକ୍ଷକୁ ବୃଦ୍ଧି ଆଦି ଦାବିକୁ ନେଇ ନାରାବାଜି କରି ସହର ପରିକ୍ରମା କରିଥିଲେ । ରାଜ୍ୟ ସରକାର ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଯଥା ଶୀଘ୍ର ପୂରଣ ନ କଲେ ଆଗାମୀ ଦିନରେ ସଂଘ ପକ୍ଷରୁ ବିରାଟ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଂଘ ଉପସଭାପତି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।