ଆଜିର ଖବର..
୧-ନିଟ୍ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ, ମାର୍ଚ୍ଚ ୮ ଯାଏଁ ଚାଲିବ।ମେ ୩ରେ ପରୀକ୍ଷା।
୨-ଜୟଦେବ ବିହାର -ନନ୍ଦନକାନନ ଚଉଡା ରାସ୍ତା ପାଇଁ ଟେଣ୍ଡର ଆହ୍ବାନ।୫ଟି ଛକରେ ହେବ ଫ୍ଲାଏଓଭର।
୩-ଆସନ୍ତା ୧୨ ତାରିଖରେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ ଡାକରା, କଂଗ୍ରେସ ସମର୍ଥନ କରିବ।
୪-ଯୁକ୍ତ ଦୁଇ ପରୀକ୍ଷା: ପୁଲିସ୍ ସୁରକ୍ଷାରେ କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର। ପରୀକ୍ଷାର୍ଥୀଙ୍କୁ ଦୁଇ ସ୍ତରୀୟ ଯାଞ୍ଚ ନିର୍ଦେଶ।
୫-ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ।
୬-ଦିଗପହଣ୍ଡି,ସୁନପୂର ଗାଁ:ଆଇଚର ଭ୍ୟାନକୁ ଧକ୍କା ଦେଲା କାର ; ଦୁଇ ମୃତ ୫ ଗୁରୁତର।
୭-ଜଳେଶ୍ଵର:ଦେଢ଼ କୋଟିରୁ ଅଧିକ ଟଙ୍କା ହଡ଼ପ କରି ଚମ୍ପଟ ମାରିଛି ପୋଷ୍ଟ ମାଷ୍ଟର।ଲୋକଙ୍କ ମଧ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଅସନ୍ତୋଷ ।
୮-ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଗୁଳ୍ମ, ଚିକିତ୍ସା କ୍ଷେତ୍ରରେ ବିଶ୍ୱକୁ ଦେବ ନୂଆ ଦିଗ।
୯-ଭୁବନେଶ୍ୱର:ବରଯାତ୍ରୀ ବେଶରେ ଆସିଲେ, ଗିଫ୍ଟ ଓ ୩ ଲକ୍ଷ ଟଙ୍କା ନେଇ ଚାଲିଗଲେ।
୧୦-କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରେ ଚାଞ୍ଚଲ୍ୟକର ଘଟଣା l ପାରିବାରିକ କଳହରୁ ପୁଅକୁ ଛୁରୀ ଭୁସି ହତ୍ୟା କଲା ବାପା।
୧୧-କଣ୍ଟାବାଞ୍ଜି:ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ।
୧୨-ଜଗତସିଂହପୁର:ବାଲି ମାଫିଆଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ନିର୍ଦେଶ।
୧୩-ବଢ଼ୁଛି ଯାତ୍ରା କଳାକାର ସାଇ ଓ ନାଣ୍ଡୁ ବାବୁଙ୍କ କଳି, ଖଣ୍ଡଗିରି ଥାନାରେ ଏତଲା।
୧୪-ଏସିଆନ ସୁଟିଂ ଚାମ୍ପିୟନସିପରେ ଚମକିଲେ କେନ୍ଦୁଝର ଝିଅ “ମାନ୍ୟତା ସିଂହ” ।ଦେଶ ପାଇଁ ରୌପ୍ୟ ପଦକ ଅର୍ଜନ କଲେ।
୧୫-ମାଲକାନଗିରିରେ ରହିବେ ଛତିଶଗଡ଼ ବିଧାୟକ, ନିଜ ରାଜ୍ୟକୁ ଯିବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ବାରଣ।
୧୬-ଟି୨୦ ବିଶ୍ବ କପ୍:ବିପର୍ଯ୍ୟୟରୁ ବର୍ତ୍ତିଲା ଇଂଲଣ୍ଡ: ୪ ରନ୍ରେ ହାରିଲା ନେପାଳ।
୧୭-ଭାରତ ବିପକ୍ଷ ମ୍ୟାଚ୍ ନେଇ ଏକାଠି ବାଂଲାଦେଶ-ପାକିସ୍ତାନ କ୍ରିକେଟ ବୋର୍ଡ।
୧୮-ଜାପାନରେ ତାକାଇଚୀ ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ, ଏଗଜିଟ୍ ପୋଲରେ ମିଳୁଛି ୨ ତୃତୀୟାଂଶ ବହୁମତ।
୧୯-ଭାରତୀୟ ବାୟୁସେନାରେ ସାମିଲ ହେବ ୧୧୪ ନୂତନ ରାଫେଲ୍।
୨୦-ପ୍ରଶାନ୍ତ ମହାସାଗରରେ ଅଲ ନିନୋ ଗଠନ ହେବାର ପୂର୍ବାନୁମାନ,ଅସହ୍ୟ ଗରମର ସମ୍ମୁଖୀନ ହେବ ବିଶ୍ବ, ସବୁ ରେକର୍ଡ ଭାଙ୍ଗିପାରେ ତାପମାତ୍ରା
